Home ଓଡ଼ିଶା ଉଦ୍ଘାଟିତ ହେଲା ଯୁବ ମହୋତ୍ସବ ‘ମହକ’ ଅନୁଷ୍ଠିତ ହେଲା ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :- ମହକ ପରିବାର ଓ ସୀତାରାମ ୟୁଥ୍ କ୍ଳବ୍, ମହାବୀର କ୍ଷେତ୍ର, ଦଶପଲା ଆନୁକୂଲ୍ୟରେ ତ୍ରିନାଥ ବଜାର ମହଳ ମଇଦାନ ଠାରେ “ଦଶପଲ୍ଲା ଯୁବ ମହୋତ୍ସବ ମହକ- ୨୦୨୫’ ଶନିବାର ଦିନ ଉଦ୍ଘାଟିତ ହୋଇଛି। ମହୋତ୍ସବ ଜାନୁୟାରୀ ୧୧ ତାରିଖ ଠାରୁ ୧୩ ତାରିଖ ତିନିଦିନ ଧରି ଅନୁଷ୍ଠିତ ହେବ। ମହୋତ୍ସବ ଉଦ୍ଘାଟନ ଅବସରରେ ଶ୍ରୀ ଶ୍ରୀ ମହାବୀର ମନ୍ଦିର ଠାରୁ ମହଳ ମଇଦାନ ପର୍ଯ୍ୟନ୍ତ ଦେଶର ଯବାନ ମାନଙ୍କ ଉଦ୍ଦେଶ୍ୟରେ ବିଶାଳ ତ୍ରିରଙ୍ଗା ଶୋରାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶୋରାଯାତ୍ରା ଅବସରରେ ଦେଶ ତଥା ରାଜ୍ୟର ବରପୁତ୍ର ମାନଙ୍କର ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଧାୟକ ରମେଶଚନ୍ଦ୍ର ବେହେରା, ତହସିଲଦାର ସ୍ମୃତି ରଞ୍ଜନ ଶତପଥୀ, ଆଇଆଇସି ଅନିତା ସାହୁ, ମଣ୍ଡଳ ଶିକ୍ଷା ଅଧିକାରୀ ଉକ୍ତିବିନୋଦ ଶଲଂକ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ମହକ ପରିବାର ତଥା ସୀତାରାମ ୟୁଥ କ୍ଲବ କର୍ମକର୍ତା ଉପସ୍ଥିତ ଥିଲେ । ସାନ୍ଧ୍ୟ ଅଧିବେଶନରେବିଧାୟକ ରମେଶ ଚନ୍ଦ୍ର ବେହେରା, ବ୍ଳକ ଅଧକ୍ଷା ସୁନନ୍ଦା ସାହୁ, ଏନଏସି ଅଧକ୍ଷା ପୁନମ୍ ପ୍ରିୟଦର୍ଶିନୀଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ଯୋଗଦେଇ ଯୁବ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜନ କରିଥିବା ଆୟୋଜକ ମାନଙ୍କୁ ସାଧୁବାଦ ଜଣାଇଥିଲେ । ଯୁବ ପ୍ରତିଭାର ପରିପ୍ରକାଶ କ୍ଷେତ୍ରରେ ଏଭଳି କାର୍ଯ୍ୟକ୍ରମ ବେଶ୍ ଉପାଦେୟ ହୋଇ ପାରିବ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ । ଇତ୍ୟବସରରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକ ମନଭରି ଉପଭୋଗ କରିଥିଲେ। Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026 Utkal Hospital Observes World Heart Day by Proprietor Abhimanyu Maharana October 1, 2026