Home ଓଡ଼ିଶା ଓଡ଼ିଶାରୁ କାହିଁକି ତଡା ଖାଇଲେ ରାଜ୍ୟପାଳ ରଘୁବର – ବଖାଣିଲେ ଅରୁଣ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଯଦି ରଘୁବର ଭଲ ରାଜ୍ୟପାଳ ଥିଲେ ତେବେ ବିଜେପି ଦଳ ତାଙ୍କୁ କାହିଁକି ତଣ୍ଟିଆ ମାରି ତଡିଲା …? ୧୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ରାଜ୍ୟର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଝାରଖଣ୍ଡ ଫେରି ଯାଇଛନ୍ତି । ଏହା ପରେ ସେ ପୁଣି ଥରେ ବିଜେପିରେ ଯୋଗ ଦେଇଛନ୍ତି । କାର୍ଯ୍ୟାକାଳ ପୂର୍ବରୁ ସେ ରାଜ୍ୟପାଳ ପଦରୁ ହଟିଥିଲେ ମଧ୍ୟ ରାଜ୍ୟରେ ତାଙ୍କ ଚର୍ଚ୍ଚା ଏବେ କମିନି । ସେ କହିଛନ୍ତି ରାଜ୍ୟପାଳ ଲାଟ ସାହେବ ନୁହଁନ୍ତି । ଏହାକୁ ନେଇ ରାଜନୈତିକ ସ୍ତରରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଜେପି ରଘୁବର ଜଣେ ଲୋକପ୍ରିୟ ରାଜ୍ୟପାଳ ବୋଲି ପ୍ରକାଶ କରିଛି । ଏହାର ଜବାବରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ବିରୋଧୀଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି । ଆଜି ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. ସାହୁ, ରଘୁବର ରାଜ୍ୟପାଳ ବିଜେପିର ଏଜେଣ୍ଟ ଥିଲେ ବୋଲି କହିଛନ୍ତି । ରାଜଭବନକୁ ସେ ବିଜେପି କାର୍ଯ୍ୟାଳୟ ଭାବେ ବ୍ୟବହାର କରୁଥିଲେ । ତାଙ୍କ ପୁଅ ନିଜ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କୁ ମାଡ଼ ମାରିବା ସହ ତଣ୍ଟିଆ ମାରିବା ଘଟଣାରେ ଆଜି ପର୍ଯ୍ୟନ୍ତ ବନ୍ଧା ହେଲେ ନାହିଁ କାହିଁକି । ଅପରାଧ କରି କିଭଳି ତାଙ୍କ ପୁଅ ଖସିଲେ ବୋଲି ଡ. ସାହୁ ପ୍ରଶ୍ନ କରିଛନ୍ତି । ସେ ଲୋକଙ୍କ ରାଜ୍ୟପାଳଙ୍କ ପୁଅ ନାଁ ଲାଟସାହେବଙ୍କ ପୁଅ ବୋଲି ପ୍ରଶ୍ନ କରିଛନ୍ତି । ପଣ୍ଡିତ ପୁଅ ମାଙ୍କଡ ମାରିଲେ ମାଫ୍ ଭଳି ସେ ଖସିଲେ କି । ରଘୁବର ୩୦ ଜିଲ୍ଲା ବୁଲି ଲୋକଙ୍କ ସହିତ ସୁସମ୍ପର୍କ ରଖିବା ସହ ଲୋକମାନଙ୍କର ଅଭିଯୋଗ ଶୁଣୁଥିଲେ ବୋଲି ବିଜେପି ପ୍ରକାଶ କରିଛି । ଏହାର ଜବାବରେ ବିଜେଡି କହିଛି ୩୦ ଜିଲ୍ଲାରୁ ରଘୁବର ଆଣିଥିବା ଅଭିଯୋଗର ସମାଧାନ କେତେ ହୋଇଛି । ଏହା ରାଜ୍ୟ ସରକାର ପ୍ରକାଶ କରନ୍ତୁ । ସେ ଯେଉଁ ୩୦ ଜିଲ୍ଲା ବୁଲୁଥିଲେ ବିଜେପିର ଏଜେଣ୍ଟ ହୋଇ ସ୍ଥିତି ବୁଝୁଥିଲେ । ବିଜେଡିକୁ ବଦନାମ କରୁଥିଲେ । କୌଣସି ସ୍ଥାନରେ ମାଟି ଗାଣ୍ଡୁଏ ପକାଇବା କ୍ଷମତା ରାଜ୍ୟପାଳଙ୍କ ନଥାଏ, ଯାହା କରନ୍ତି ରାଜ୍ୟ ସରକାର । ରଘୁବର ଯେତେସବୁ ଅଭିଯୋଗ ଆଣିଥିଲେ ତାହା କାହାକୁ ଦେଇଛନ୍ତି ବୋଲି ଅରୁଣ ପ୍ରଶ୍ନ କରିଛନ୍ତି । ବିଜେପି ସରକାର ଏହାକୁ ଲୋକଲୋଚନକୁ ଆଣନ୍ତୁ ନଚେତ କେତେ ଅଭିଯୋଗ କେତେ ସମାଧାନ କରିଛନ୍ତି ତାହା ପ୍ରକାଶ କରନ୍ତୁ ବୋଲି ଅରୁଣ କହିଛନ୍ତି । ରଘୁବର ଅଭିଯୋଗ ଶୁଣିବାକୁ ନୁହେଁ ବିଜେପିର ପ୍ରଚାର କରିବାକୁ ଯାଉଥିଲେ ବୋଲି ଅରୁଣ ଅଭିଯୋଗ କରିଛନ୍ତି । ଯଦି ରଘୁବର ଭଲ ରାଜ୍ୟପାଳ ଥିଲେ ତେବେ ଦଳ ତାଙ୍କୁ କାହିଁକି ତଣ୍ଟିଆ ମାରି ତଡିଲା ବୋଲି ଅରୁଣ ପ୍ରଶ୍ନ କରିଛନ୍ତି । ବିଜେପି ଏହାର ଉତ୍ତର ଦେଉ ବୋଲି ଅରୁଣ କହିଛନ୍ତି । ଏହା ସହିତ ଅରୁଣ ପୂର୍ବତନ ରାଜ୍ୟପାଳ ଗଣେଶୀ ଲାଲଙ୍କ ଉଦାହରଣ ଦେଇଛନ୍ତି । ଗଣେଶୀ ଲାଲଙ୍କୁ ଲୋକ ଶହେ ପ୍ରତିଶତ ମାର୍କ ଦେବେ ରଘୁବର ୧୦ ପ୍ରତିଶତ ମାର୍କ ପାଇବେ କି ନାହିଁ ବୋଲି କହିଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍ Related Content ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026 Utkal Hospital Observes World Heart Day by Proprietor Abhimanyu Maharana October 1, 2026