ନୟାଗଡ଼ରେ ସ୍ବାମୀ ବିବେକାନନ୍ଦଙ୍କ ୧୬୨ତମ ଜୟନ୍ତୀ ପାଳନ

୧୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼  :-> ବିଶ୍ୱବିଜୟୀ ସ୍ବାମୀ ବିବେକାନନ୍ଦଙ୍କ ୧୬୨ ତମ ଜୟନ୍ତୀ ଅବସରରେ ନୟାଗଡ଼ ପୂଜ୍ୟପୂଜା କମିଟି ଏବଂ ସିଭିଲ ସୋସାଇଟି, ନୟାଗଡ଼ ତରଫରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଅଛି । ୧୯୮୪ ମସିହା ଜାନୁୟାରୀ ୧୨ ତାରିଖରୁ ମହାନ୍ ଆଧ୍ୟାତ୍ମିକ ସନ୍ନ୍ୟାସୀ, ଦାର୍ଶନିକ, ବିଚାରକ,ସଂସ୍କାରକ ସ୍ୱାମୀ ବିବେକାନନ୍ଦ ଙ୍କ ଜନ୍ମଜୟନ୍ତୀ କୁ ଜାତୀୟ ଯୁବ ଦିବସ ଭାବେ ମଧ୍ୟ ସମଗ୍ର ଭାରତବର୍ଷରେ ପାଳିତ କରାଯାଉଅଛି ।

ବିବେକାନନ୍ଦ ଥିଲେ ଯୁବକମାନଙ୍କ ପାଇଁ ପ୍ରେରଣାର ସ୍ରୋତ। ରାଷ୍ଟ୍ର ଓ ସମାଜନିର୍ମାଣ ରେ ଯୁବକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ତାଙ୍କର ଆହ୍ୱାନ ଯୁଗେ ଯୁଗେ ଯୁବ ସମାଜକୁ ପ୍ରେରିତ କରୁଥିବ ବୋଲି ଆଜି ଶ୍ରଦ୍ଧାଞ୍ଜଳି ସଭାରେ ବିଭନ୍ନ ବ୍ୟକ୍ତି ବିଶେଷ ମତବ୍ୟକ୍ତ କରିଥିଲେ ।

ଗୋଦାବରୀ ସାହୁଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ପୂଜ୍ୟପୂଜା ଅନୁଷ୍ଠାନ ର ଉପସଭାପତି ରାମକୃଷ୍ଣ ରଥ, ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ସିଭିଲ ସୋସାଇଟିର ବରିଷ୍ଠ ସଦସ୍ୟ ଭଗବତୀ ପଟ୍ଟନାୟକ,ଶରତ କୁମାର ସାହୁ, ନିରଞ୍ଜନ ମିଶ୍ର, ବସନ୍ତ କୁମାର ରାଉତ, ବିପିନ ସାହୁ, ନବକିଶୋର ସାହୁ, ଉଦୟନାଥ ମହାନ୍ତି, ଗୋପବନ୍ଧୁ ଲେଙ୍କା ପ୍ରମୁଖ ଯୋଗଦେଇଥିଲେ। ଧନ୍ୟବାଦ ପ୍ରଦାନ କରିଥିଲେ ଧୀରେନ୍ଦ୍ର କୁମାର ପଟ୍ଟନାୟକ।

Exit mobile version