Home ଓଡ଼ିଶା ୧୧ଦିନିଆ ପ୍ରସିଦ୍ଧ ଗୋଖିବାବା ମକରମେଳା ନିମନ୍ତେ ସାମ୍ବାଦିକ ସମ୍ମିଳନୀ ଯାଉଁଳି ନଡ଼ିଆରେ ପୂର୍ଣ୍ଣ ହୁଏ ମାନସିକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :-> ରାଜଧାନୀ ଭୁବନେଶ୍ବରର ୬୭ ନମ୍ବର ୱାର୍ଡରେ ରହିଛି ରାଜଧାନୀର ସର୍ବ ପୁରାତନ ସୁନ୍ଦରପଦା ଗ୍ରାମ । ଯେଉଁଠାରେ ଏକ ଜାଗାରେ ମହାପ୍ରଭୁ ଜଗନ୍ନାଥ ଦଧିବାମନ ଜୀଉ ରୂପେ ପୂଜା ପାଉଥିବା ବେଳେ, ଯାହାଙ୍କ ନାମରେ ଗ୍ରାମର ନାମକରଣ ହୋଇଛି ସେହି ସୁନ୍ଦରେଶ୍ୱର ମହାଦେବ ଏଠାରେ କ୍ଷେତ୍ରଧିପତି ଭାବେ ବିଦ୍ୟମାନ । ଏହିଭଳି ଏକ ଜାଗାକୁ ଅନ୍ୟୁନ ୩୦୦ବର୍ଷ ତଳେ ସନ୍ଥ ଗୋଖିଦାସ ବାଛିଥିଲେ ନିଜର ସାଧନାସ୍ଥଳୀ ଭାବେ । ଜଣେ ସାଧାରଣ ବ୍ୟକ୍ତି ଭାବେ ନିଜ ଜୀବନଯାପନ କରୁଥିବା ଗୋଖିଦାସଙ୍କ ଚମତ୍କାରିତା କଥା ଲୋକ ସେତେବେଳେ ଜାଣିଲେ, ଯେତେବେଳେ ଜଣେ ମୁସଲମାନ ଲୋକ ଗୋଖି ଦାସଙ୍କୁ କହିଥିଲେ ଆପଣ ସବୁବେଳେ ଆମ ବାଡ଼ ଦେଇ ଚୁଆକୁ ଯାଉଛନ୍ତି ଓ ବାଡ଼ ଖୋଲା ରଖିବାରୁ ସବୁ ଗାଈଗୋରୁ ଫସଲ ନଷ୍ଟ କରୁଛନ୍ତି । ଏହା ଶୁଣି ଗୋଖି ଦାସ କହିଥିଲେ, ଆପଣ ଆଜିଠୁ ଏହି ବାଡ଼ ଖୋଲା ରଖିଦିଅନ୍ତୁ, ଦେଖିବେ କେହି ଗାଈଗୋରୁ ଆସିବେ ନାହିଁ । ସେବେ ଠାରୁ ଆଜି ପର୍ଯ୍ୟନ୍ତ ସେଠାରେ କୌଣସି ଗାଈଗୋରୁ ଫସଲ ନଷ୍ଟ କରୁନାହାନ୍ତି । ସେହିପରି ମୃତ୍ୟୁ ସମୟରେ କିଛି ଗ୍ରାମବାସୀ ବାବାଙ୍କୁ ଶ୍ରୀମନ୍ଦିର ରାସ୍ତାରେ ଦେଖିବାର ଜନଶ୍ରୁତି ଥିବା ବେଳେ ଅନ୍ୟ ଗ୍ରାମବାସୀ କହୁଥିଲେ, ସେମାନେ ବାବାଙ୍କୁ ଖଣ୍ଡଗିରିରେ ସେହି ଏକା ସମୟରେ ଦେଖିଛନ୍ତି । କିନ୍ତୁ ବାବା ସେତେବେଳକୁ ଦେହତ୍ୟାଗ କରିସାରିଥିଲେ । ଏବେ ବାବାଙ୍କର ସମାଧିପୀଠକୁ ଲୋକେ ଗୋଖିବାବା ଆଶ୍ରମ ନାଁ ଦେଇ ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତିରେ ବାବାଙ୍କ ଜନ୍ମଦିନ ଖୁବ ଆଡ଼ମ୍ବରରେ ପାଳନ କରିଥାନ୍ତି । ଉଲ୍ଲେଖଯୋଗ୍ୟ ଏହା ଏପରି ଏକ ପୀଠ ଯେଉଁଠାରେ ମକର ମେଳାରେ ହିନ୍ଦୁ ମୁସଲିମ ଏକ ହୋଇ ମକର ସଂକ୍ରାନ୍ତି ପାଳନ କରିଥାନ୍ତି । ସେହିଭଳି କିମ୍ବଦନ୍ତୀ ରହିଛି, ଯାହାର ଯାହା ଗାଈଗୋରୁ ଆଗରୁ ହଜିଯାଉଥିଲେ, ଗୋଖିବାବାଙ୍କୁ ଦୁଇଟି ଜାଉଁଳି ନଡ଼ିଆ ମାନସିକ କଲେ ସେହି ଗାଈଗୋରୁ ମିଳିଥାନ୍ତି । ସେହିପରି ବାବାଙ୍କ କୃପାରୁ ନିସନ୍ତାନଙ୍କୁ ସନ୍ତାନ ପ୍ରାପ୍ତି ହେଇଥାଏ ତଥା ଦୁଃସାଧ୍ୟ କାର୍ଯ୍ୟ ବି ସମ୍ଭବ ହେଉଛି ବୋଲି ଶ୍ରଦ୍ଧାଳୁ ମତବ୍ୟକ୍ତ କରନ୍ତି । ତେଣୁ ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତିରେ ଏଠାରେ ଜମେ ଲକ୍ଷାଧିକ ଭକ୍ତଙ୍କ ସମାବେଶ । ସମସ୍ତେ ମାନସିକ ନଡ଼ିଆ ବାଡ଼େଇବା ପରେ ଶ୍ରୀ ଜଗନ୍ନାଥଙ୍କର ସୁନାବେଶର ଦର୍ଶନ କରିବା ସହ ସୁନ୍ଦରେଶ୍ୱର ମହାଦେବଙ୍କର ଦିବ୍ୟ ବେଶ ଦର୍ଶନ କରିବା ସହ ଗ୍ରାମବାସୀଙ୍କ ତରଫରୁ ହୋଇଥିବା ଆନନ୍ଦ ବଜାରରେ ପ୍ରସାଦ ସେବନ କରିଥାନ୍ତି । ଦୀର୍ଘ ବର୍ଷ ଧରି ଚାଲିଆସୁଥିବା ଏହି ମକର ମେଳା ଏ ବର୍ଷ କିପରି ଆଡ଼ମ୍ବରରେ ପାଳିତ ହେବ ସେ ନେଇ ରବିବାର ତା ୧୨-୧-୨୦୨୫ ରିଖ ଦିନ ଗୋଖିବାବା ଆଶ୍ରମ ପ୍ରାଙ୍ଗଣରେ ମକର ମେଳା କମିଟି ଓ ଗ୍ରାମବାସୀଙ୍କ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ମେଳା କମିଟି ସଭାପତି ଅର୍ଜୁନ ନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସମ୍ପାଦକ ବିଶ୍ଵଜିତ ମଙ୍ଗରାଜ, ସମାଜସେବୀ ନୀଳମଣି ମିଶ୍ର, କର୍ପୋରେଟର ମଧୁସ୍ମିତା ପ୍ରଧାନ, ବିଷ୍ଣୁ ପ୍ରସାଦ ନନ୍ଦ, କୃଷ୍ଣଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ରହି ଏହି ବର୍ଷ କିପରି ଧୁମଧାମରେ ମକର ମେଳା ପାଳିତ ହେବ, ସେ ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ସୂଚନାଯୋଗ୍ୟ, ୧୩ତାରିଖ ଦିନ ଗୋଖିଚୁଆ ରୁ ପାଣି ତୋଳା ହେବା ସହ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମକର ସଂକ୍ରାନ୍ତି ଦିନ ଭୋର ୪.୩୦ମିନିଟରେ ଗାଦି ପୂଜା ସହ ମଙ୍ଗଳ ଆଳତି ଓ ସନ୍ଧ୍ୟା ୭ଘଟିକାରୁ ପ୍ରସାଦ ସେବନ ବ୍ୟବସ୍ଥା ଚାଲିବ। ୧୫ ତାରିଖ ଓ ୧୬ ତାରିଖରେ ଗ୍ରାମର ଯୁବକ ଯୁବତୀ କଳାକାରଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ନାଟକ ପରିବେଷଣ ହେବ। ୧୭ତାରିଖରୁ ୨୩ତାରିଖ ପର୍ଯ୍ୟନ୍ତ ସନ୍ଥ ସମ୍ମିଳନୀ ହେବା ସହ ଭାଗବତ ପରାୟଣ ହେବ ଓ ରାତ୍ରିରେ ବିଭିନ୍ନ ସୁନାମଧନ୍ୟ ପ୍ରବଚକଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ, ଏହି ବର୍ଷ ନାଟକ ପରିବେଷଣକୁ ୫୦ବର୍ଷ ପୂର୍ତ୍ତି ହେବ ଓ ସ୍ଥାନୀୟ ଗ୍ରାମ ବାସିନ୍ଦା ତଥା ଏକାମ୍ର ବିଧାୟକ ବାବୁ ସିଂ ସମସ୍ତ କାର୍ଯ୍ୟକ୍ରମ କିପରି ସଫଳ ହେବ ସେ ନେଇ ପ୍ରତ୍ୟକ୍ଷ ଭାବେ ଧ୍ୟାନ ଦେଉଛନ୍ତି । ମେଳା କମିଟି ସୂଚନା ମୁତାବକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ୧୧ଦିନିଆ କାର୍ଯ୍ୟକ୍ରମରେ ଯୋଗଦେବାର ସୂଚନା ରହିଛି । Categories: ଓଡ଼ିଶା, ଖୋର୍ଦ୍ଧା, ମନୋରଞ୍ଜନ, ମହାନଗର, ହୋମ୍ Related Content ରଣପୁର ଜୁନିୟର କଲେଜ ନିର୍ବାଚନ : କଂଗ୍ରେସ ସାଥିରେ ଘୋଡା ବେପାର ଯିଏ କରିବ, ବିଜୟୀ ତାହର ହେବ by Proprietor Abhimanyu Maharana October 11, 2026 ଅର୍ଥନୈତିକ ବିକାଶ ପାଇଁ ଶିଳ୍ପସଂସ୍ଥାଗୁଡ଼ିକ ଦକ୍ଷତା ବିକାଶ ଏବଂ ନବସୃଜନର ନେତୃତ୍ୱ ନେବା ଜରୁରୀ : ଭୂପେନ୍ଦ୍ର ସିଂହ ପୁନିଆ by Proprietor Abhimanyu Maharana October 11, 2026 “Industry Must Lead Skill Development and Innovation to Drive Economic Growth”: Bhupendra Singh Poonia by Proprietor Abhimanyu Maharana October 11, 2026 ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ by Proprietor Abhimanyu Maharana October 11, 2026 ପଡିଆ ପୋଲିସ ପକ୍ଷ୍ୟରୁ ଜୁଭେନ୍ଟିକା ଓ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ, ଯୋଗ ଦେଲେ ବିଧାୟକ by Proprietor Abhimanyu Maharana October 11, 2026 ପଡ଼ିଆରେ ବ୍ଲକସ୍ତରୀୟ ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana October 11, 2026