୧୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କେନ୍ଦ୍ରାପଡ଼ା :-> ଡେରାବିଶ ବ୍ଲକ ଅନ୍ତର୍ଗତ ଡେରାବିଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସୋମବାର ବାଳିକା ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜନୀତି ବିଜ୍ଞାନର ପ୍ରଧ୍ୟାପକ ଶାନ୍ତନୁ କୁମାର ମାଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ବୃନ୍ଦାବନ ଦାସ, ସମ୍ମାନିତ ଅତିଥ୍ ଭାବରେ ରୁଦାଙ୍ଗି ପଟ୍ଟନାୟକ ଏବଂ ଶରତ ଚନ୍ଦ୍ର ପୃଷ୍ଟି ଯୋଗଦାନ କରି ଆତ୍ମରକ୍ଷା ତାଲିମର ଉଦ୍ଦେଶ୍ୟ ଏବଂ ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ ।
