ମା ଉଗ୍ରତାରାଙ୍କ ପୀଠରେ ବନ୍ଧୁମିଳନ ଅନୁଷ୍ଠିତ

୧୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଟାଙ୍ଗୀ  :->  ଛାତ୍ର ଦିନର ସ୍ମୁତି ପୁଣି ତାଜା ହୋଇ ଉଠିଛି  l ୧୯୯୦ ମସିହାରେ ନୟାଗଡ଼ ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ  କନ୍ଧନୟାଗଡ଼ସ୍ଥିତ ରଘୁଦିବାକର ହାଇସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ର  ମାନଙ୍କର ଏକ ବନ୍ଧୁମିଳନ ଉତ୍ସବ  ମା ଉଗ୍ରତାରା ଦେବୀଙ୍କ ପୀଠରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇ ଅଛି  l ଅଜୟ କୁମାର ପ୍ରଧାନ ଙ୍କ ଆବାହକତ୍ବରେ ଅନୁଷ୍ଠିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ୫୦ରୁ ଅଧିକ ପୁରାତନ ଛାତ୍ର ଯୋଗଦେଇଥିଲେ  l

ଦୀର୍ଘ ୩୫ ବର୍ଷ ପରେ ଏଭଳି ନିଆରା ଆୟୋଜନ କରାଯାଇଥିବାରୁ ସମସ୍ତଙ୍କ ମଧ୍ୟରେ ଥିଲା ନାହିଁ ନଥିବା ଉତ୍ସାହ  l ଏଥିରେ ସମସ୍ତ ବନ୍ଧୁମାନେ ଆଗ୍ରହର  ସହ ଯୋଗଦେଇ ନିଜର ଛାତ୍ର ଦିନର ସ୍ମୁତିକୁ ରୋମଂଥନ କରିଥିଲେ lଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ପଦାରବିନ୍ଦ ପାଣିଗ୍ରାହୀ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ଦୁର୍ଗା ପ୍ରସାଦ ଦାଶ, ଦେବୀ ପ୍ରସାଦ ସାହୁ, ଜୀବନେନ୍ଦୁ ଆଚାର୍ଯ୍ୟ, ଦୁର୍ଗା ଶଙ୍କର ସିଂ ଦେଓ ପ୍ରମୁଖ ସହଯୋଗ କରିଥିଲେ  l

Exit mobile version