Home ଓଡ଼ିଶା ପିପିଲି ଜଇଶି ପାଟଣା ବାଣୀ ବିଦ୍ୟାମନ୍ଦିର ର ୧୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ୧୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପିପିଲି :- ପୁରୀ ଜିଲ୍ଲା ପିପିଲି ବ୍ଲକ୍ ଅନ୍ତର୍ଗତ ଜଇଶି ପାଟଣା ବାଣୀ ବିଦ୍ୟାମନ୍ଦିର ର ୧୯ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ବହୁ ଆଡ଼ମ୍ବରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଗିରିଶ ଚନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପିପିଲି ଡେଲାଙ୍ଗ ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗୋ ଦେଇଥିବାବେଳେ ସମ୍ମାନନୀୟ ଅତିଥି ଭାବେ ପିପିଲି ଥାନା ଅଧିକାରୀ ସୈମେନ୍ଦୁ ଶେଖର ତ୍ରିପାଠୀ ପ୍ରମୁଖ ଯୋଗୋଦେଇଥିଲେ। ମୁଖ୍ୟ ବକ୍ତା ଭାବେ ପିପିଲି ମଣ୍ଡଳ ଶିକ୍ଷାଧିକାରୀ ରବୀନ୍ଦ୍ରନାଥ ନନ୍ଦ, ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବି କବିରାଜ ପ୍ରଧାନ, ଗୋବିନ୍ଦ ପୁରୁ କୋଲଷ୍ଟୋର ସିଆରସିସି ଚିନ୍ତାମଣି ଓଝା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନ୍ୟତମ ଅତିଥି ଭାବେ ସମାଜସେବୀ ସୁଭ୍ରଜିତ ଜେନା, ପ୍ରବୀର ହାଲବା, ବିଜୟ କୁମାର ସେଠୀ, ଶିକ୍ଷକ ଜୟ ପ୍ରକାଶ ପ୍ରଧାନ, ଅଭିମନ୍ୟୁ ଦାସ,ଓ ସମିତି ସଭ୍ୟା କବିତା ଖଟାଇ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆଗକୁ ନେବାକୁ ହେଲେ ପ୍ରଥମେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଓ ସଂସ୍କାର ଶିକ୍ଷା ଦେବା ସହିତ ଉତ୍ତମ ମଣିଷ ହେବା ପାଇଁ ହେଲେ ପାଠ ସହିତ ଗୁରୁଜନ ମାନଙ୍କୁ ସନମାନ ଦେବାଲାଗି କହିଥିଲେ।ଏହା ଦ୍ବାରା ଭବିଷ୍ୟତ ରେ ଜଣେ ଶିଶୁ ଉତ୍ତମ ନାଗରୀକ ହୋଇପାରିବ। ବିଦ୍ୟାଳୟ ର ସମ୍ପାଦକ ନିର୍ମଳ ଚନ୍ଦ୍ର ପାଢ଼ୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଭାପତି ଅର୍ଜୁନ ମହାରଣା ଧନ୍ୟବାଦ ଦେଇଥିଲେ। କୁନିକୁନି ଛାତ୍ରଛାତ୍ରୀମାନଙ୍କ ମାନଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ମନଭରି ଉପଭୋଗ କରିଥିଲେ ଉପସ୍ଥିତ ଥିବା ଅଭିଭାବକ ଏବଂ ଦର୍ଶକ। ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା ସଦସ୍ୟ ମାନେ ପରିଚାଳନା ରେ ସକ୍ରିୟ ସହଯୋଗ କରିଥିଲେ। Categories: ଓଡ଼ିଶା, ପୁରୀ, ହୋମ୍ Related Content ନୟାଗଡ଼ ଜିଲ୍ଲା ଟ୍ରେଡ଼ ୟୁନିଅନସ ସମନ୍ୱୟ କମିଟିର ବାର୍ଷିକ ସମୀକ୍ଷ୍ୟା ବୈଠକ by Proprietor Abhimanyu Maharana June 17, 2026 ଜନ ଶିକ୍ଷଣ ସଂସ୍ଥାନ, ନୟାଗଡରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ by Proprietor Abhimanyu Maharana June 17, 2026 ଭାଗିରଥୀ ହାଇସ୍କୁଲ ପକ୍ଷରୁ ସଚେତନତା ନେଇ ସାଇକେଲ ରାଲି ଗ୍ରାମ ପରିକ୍ରମା କଲା by Proprietor Abhimanyu Maharana June 17, 2026 ପ୍ରସ୍ତାବରେ ଅଟକିଛି ରାଉତପଡା-ଡିମିରିଆ ମହାନଦୀ ବ୍ୟାରେଜ ଅନୁଦାନ ମିଳିଛି, କ୍ୟାବିନେଟ ମଂଜୁରୀକୁ ଅପେକ୍ଷା : ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ୧୫ ଜଣିଆ ଟିମ୍ର ପ୍ରସ୍ତାବିତ ଅଞ୍ଚଳ ପରିଦର୍ଶନ by Proprietor Abhimanyu Maharana June 17, 2026 ହାଇଟେକ୍ ରେ ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ପ୍ରତିରୋଧ ସଚେତନତା ଦିବସ ପାଳିତ by Proprietor Abhimanyu Maharana June 17, 2026 ନିଟ-ୟୁଜି ୨୦୨୬ ପରୀକ୍ଷା : ସ୍ୱଚ୍ଛ ଓ ସୁରକ୍ଷିତ ପରିଚାଳନା ପାଇଁ ଡିଜିପିଙ୍କ ସମୀକ୍ଷା ବୈଠକ by Proprietor Abhimanyu Maharana June 17, 2026