ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୫ ବଖରା ଘର ସହ, ୩୫ ଛେଳି ମୃତ୍ୟୁ

୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବ୍ରହ୍ମଗିରି  :-> ଶୁକ୍ରବାର ଦିନ ବିଳମ୍ବିତ ରାତିରେ ସଟସର୍କିଟ ଯୋଗୁ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୫ ବଖରା ଘର ପୋଡି ସହ ୩୫ ଛେଳି ମୃତ୍ୟୁ ବରଣ କରିଛନ୍ତି । ସୂଚନା ନେବାରେ ଜଣାପଡିଛି ଯେ ପୁରୀ ଜିଲ୍ଲା ସଦର ବ୍ଲକ କହେଇବିଦ୍ୟାଧର ପୁର ପଞ୍ଚାୟତ ଅଧିନ ସୁଜନ ପୁର ଗ୍ରାମରେ ଶୁକ୍ରବାର ଦିନ ବିଳମ୍ବିତ ରାତିରେ ଘରର ସମସ୍ତ ଲୋକ ଶୋଇ ଥିବା ସମୟରେ ସଟସର୍କିଟ ନିଆଁ ଲାଗି ଯାଇଥିଲା ।

ଟାତେ ଲୋକମାନେ ଉଠି ଗାଈଗୋରୁ ମାନଙ୍କୁ ଖୋଲିଦେଇଥିଲେ ହେଲେ ଅନ୍ୟ ଏକ ଗୁହାଳରେ ଥିବା ୩୫ ଛେଳି ନିଆଁ ରେ ପୋଡି ପାଉଁଶ ହୋଇଯାଇଛନ୍ତି । ଘରର ଅନ୍ୟ ଆସବା ପତ୍ର ଅ ନିଣବା ପୂର୍ବରୁ ସମସ୍ତ ପୋଡି ପାଉଁଶ ହୋଇଯାଇଛି । ଅଗ୍ନିଶ୍ରମ ବହିନୀକୁ ଖବର ପାଇଥିଲେ ମଧ୍ୟ ଠିକ ସମୟରେ ପହଞ୍ଚି ପାରିନଥିଲେ ।

ଆଜି ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ଅଗ୍ନି ପୀଡିତା ପରିବାରକୁ ଭେଟି ଆଶସନା ଦେଇ ସମବେଦନା ଜଣାଇବା ସହିତ ସହାୟତା ର ହାତ ବଡାଇଛନ୍ତି । ତାଙ୍କ ସହିତ ପୁରୀ ସଦର ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷl,ଜିଲ୍ଲା ପରିଷଦ ସଭ୍ୟ, ସ୍ଥାନୀୟ ,ସରପଞ୍ଚ,,ସମିତି ସଭ୍ୟl ଓ ଅକ୍ତିରିତ ତହସିଲଦାର ଉପସ୍ଥିତ ଥିଲେ ।

Exit mobile version