Home ଓଡ଼ିଶା ରାଜ୍ୟ ସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତା ରେ ସର୍ବୋତ୍ତମ ପ୍ରଦର୍ଶନ ଓଏ ଭି ଛାତ୍ରୀ କ୍ଷୀରାବ୍ଧି ତନୟା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଡିଇଓ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଥିଲା । ଏହି ପ୍ରତିଯୋଗିତାରେ ପ୍ରତେକ ସ୍କୁଲର ଦୁଇ ଜଣ ବଛା ବଛା ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ନିଜ ନିଜର ଭାଷଣ ଓ କିପରି ସାଂସଦରେ ଇଂରେଜୀ, ହିନ୍ଦୀ ଭାଷାରେ ପରିବେଷଣ କରାଯାଉଛି ଏହାରି ଉପରେ ଏକ ପ୍ରତିଯୋଗିତା ହୋଇଥିଲା । ଏହି ପ୍ରତିଯୋଗୀତାରେ କନ୍ଧମାଳ ଜିଲ୍ଲାର ବେଲ ପଦର ନିକଟ ଧୋବାତୋଟା ଓଡିଶା ଆଦର୍ଶ ବିଦ୍ୟାଳୟର ଏକାଦଶର ଛାତ୍ରୀ କ୍ଷୀରାବ୍ଧି ତନୟା ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ଭୁବନେଶ୍ୱର ଠାରେ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାଟି ୭ତାରିଖରୁ ଆରମ୍ଭ ହୋଇ ୧୦ ତାରିଖରେ ଶେଷ ହୋଇଥିଲା।ଉକ୍ତ ପ୍ରତିଯୋଗିତାରେ ୩୦ଗୋଟି ଜିଲ୍ଲାରୁ ଛାତ୍ର ଛାତ୍ରୀମାନେ ଆସି ଭୁବନେଶ୍ୱର ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଓଡିଶା, ଭୁବନେଶ୍ୱର ଠାରେ ରହି ଶିକ୍ଷକ ଓ ଜୁରୀ ମେମ୍ବର ଦ୍ୱାରା ପ୍ରଶିକ୍ଷଣ ନେଇଥିଲେ।ଏହି ପ୍ରଶିକ୍ଷଣ ସମୟରେ ୩୦ ଗୋଟି ଜିଲ୍ଲାର ଛାତ୍ର ଛାତ୍ରୀ ମାନଙ୍କ ହିନ୍ଦୀ ଓ ଇଂରାଜୀର ଶୈଳିକୁ ଦେଖି ପ୍ରଧାନମନ୍ତ୍ରୀ, ଖଣି ମନ୍ତ୍ରୀ,ବିରୋଧୀ ଦଳର ନେତା,ଅର୍ଥମନ୍ତ୍ରୀ ଓ ରାଷ୍ଟ୍ରପତି ପରି ଏହିପରି ୩୦ ଜଣକୁ ନିଜ ନିଜର ରୋଲ କରିବାକୁ ଦିଆଯାଇଥିଲା । ଏହି ରୋଲକୁ ପରିବେଷଣ ଓ ପ୍ରତିଯୋଗିତା କରିବା ପାଇଁ ଛାତ୍ର ଛାତ୍ରୀଙ୍କୁ ୧୦ ତାରିଖ ଦିନ ଭୁବନେଶ୍ୱର କୃଷି ଭବନଠାରେ ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲାର ବେଲପଦର ନିକଟ ଧୋବାତୋଟାର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରୀ କ୍ଷୀରାବ୍ଧି ତନୟା ସମସ୍ତଙ୍କୁ ପଛରେ ପକାଇ କନ୍ଧମାଳ ଜିଲ୍ଲା,ଓଡିଶା ଆଦର୍ଶ ବିଦ୍ୟାଳୟର ନାଁକୁ ଦୁଇଗୁଣ କରିଦେଇଛନ୍ତି । ଏଥିପାଇଁ ସେ ମୁଖ୍ୟ ଅତିଥିଙ୍କ ଠାରୁ ରାଜ୍ୟ ସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତାରେ ସଫଳ ପାରଦର୍ଶିତା ଏୱାର୍ଡ ପାଇଛନ୍ତି । ଏହାକୁ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଓଡିଶା, ଭୁବନେଶ୍ୱର ତରଫରୁ ଆୟଯୋନ କରାଯାଇଥିଲା । ଓଏ ଭି ଛାତ୍ରୀ କ୍ଷୀରାବ୍ଧି ତନୟା ମାନ୍ୟବର ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତିଙ୍କ ରୋଲ କରି ସମସ୍ତଙ୍କୁ ଚକିତ କରିଥିଲେ ଓ ସଫଳ ପାରଦଶିର୍ତା ଆୱାର୍ଡ ସର୍ବୋତ୍ତମ ପ୍ରଦର୍ଶନ ଓଏ ଭି ଛାତ୍ରୀ କ୍ଷୀରାବ୍ଧି ତନୟା ହୋଇପାରିଛନ୍ତି । ଏଥିପାଇଁ କନ୍ଧମାଳ ଜିଲ୍ଲା, ଜିଲ୍ଲା ଶିକ୍ଷା ଅଧିକାରୀ, ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରିନ୍ସପାଲ ଓ ସମସ୍ତ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଖୁସିବ୍ୟକ୍ତ ହେବା ସହ ଆନ୍ତରିକ ଶୁଭେଚ୍ଛା ଏବଂ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ଦଲାଲ ଙ୍କ କବ୍ଜାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର by Proprietor Abhimanyu Maharana August 4, 2026 ତୋ ଛଡ଼ା ମୋ କେହି ନାହିଁ ' ଭଜନ ଶ୍ରୋତାର୍ପଣ by Proprietor Abhimanyu Maharana August 4, 2026 କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ by Proprietor Abhimanyu Maharana August 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର by Proprietor Abhimanyu Maharana August 4, 2026 ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 4, 2026 କ୍ରୀଡ଼ା କ୍ଷେତ୍ରରେ ମିଳିମିଶି କାମ କରିବେ ଓଡ଼ିଶା ଓ ବିହାର; ବିହାର କ୍ରୀଡ଼ା ମନ୍ତ୍ରୀଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଉଦ୍ଯାପିତ by Proprietor Abhimanyu Maharana August 4, 2026