୧୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲା ସଦର ଫୁଲବାଣୀ ବ୍ଲକ ଅନ୍ତର୍ଗତ ସାର୍ତ୍ତାଗୁଡା ଗ୍ରାମରେ ଥିବା ଆବାସିକ ବିଦ୍ୟାଳୟର ଦୁର୍ଦ୍ଦଶା କହିଲେ ନସରେ। ଦେଶ ସ୍ୱାଧୀନତା ପାଇବାର ଦୀର୍ଘବର୍ଷ ବିତିଯାଇଥିଲେ ସୁଦ୍ଧା ଏହି ଆବାସିକ ବିଦ୍ୟାଳୟର ବିକାଶ ଆଜି ପର୍ଯ୍ୟନ୍ତ ହୋଇପାରି ନାହି। ୧୯୪୮ ମସିହାରେ ସରକାରଙ୍କର ହରିଜନ ଓ ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଏହି ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା l ଅଞ୍ଚଳ ବାସୀଙ୍କ ଆଶାଥିଲା ଯେ, ବିଦ୍ୟାଳୟ ସ୍ଥାପନ ହେଲେ ଏହି ଅଞ୍ଚଳରେ ଗରିବ ହରିଜନ ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷା ର ବିକାଶ ଘଟିବ l
କିନ୍ତୁ ବହୁଘାତ ପ୍ରତିଘାତ ମଧ୍ୟ ଦେଇ ଏହି ବିଦ୍ୟାଳୟ ପରିଚାଳିତ ହେଉଥିବା ଦେଖାଯାଉଥିବା ବେଳେ ନାହିଁ ନାହିଁରେ ଚାଲିଛି ଏହି ବିଦ୍ୟାଳୟ। ବିଦ୍ୟାଳୟ ର ଅଭାବ ଅସୁବିଧା ସମ୍ପର୍କ ରେ ପ୍ରଶାସନ , ବିଭାଗୀୟ ଅଧିକାରୀ କିମ୍ବା ଲୋକପ୍ରତିନିଧିଙ୍କ ଦୃଷ୍ଟି ପଡୁନଥିବା ଅଭିଭାବକ ମାନଙ୍କ ପକ୍ଷରୁ ଅଭିଯୋଗ ହେଉଛି l ୧୪୦ ସଂଖ୍ୟା ବିଶିଷ୍ଟ ଏହି ବିଦ୍ୟାଳୟରେ ବର୍ତମାନ ୧୧୪ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି l
