୧୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡ଼ା :-> କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗାୟତ୍ରୀ ମଣ୍ଡପ ଠାରେ ବାଲିଗୁଡ଼ା ବ୍ଲକ ସ୍ତରୀୟ ପଞ୍ଚାୟତ ଜନପ୍ରତିନିଧି ପରିଷଦର ତୃତୀୟ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଲିଗୁଡ଼ା ବ୍ଲକର ପ୍ରତି ପଞ୍ଚାୟତ ରୁ ଆସିଥିବା ଜନପ୍ରତିନିଧି ନିଜ ନିଜ ପଞ୍ଚାୟତର ସୁବିଧା ଅସୁବିଧା ବୈଠକରେ ଉପସ୍ଥାପନା କରିଥିଲେ । ବାଲିଗୁଡ଼ା ଡାକ୍ତରଖାନାରେ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ସମସ୍ୟାକୁ ଆଖିରେ ରଖି ଆଗାମୀ ସମୟରେ ଜନପ୍ରତିନିଧି ପରିବାର ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ କରିବା ସହ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ବିଶେଷଜ୍ଞ ଡାକ୍ତର ଅଭାବ ପୂରଣ ଦିଗରେ ସରକାରଙ୍କୁ ଜଣାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ।
କିଛି ପଞ୍ଚାୟତରେ ୱାର୍ଡ ମେମ୍ବର ମାନଙ୍କ ସିଟିଙ୍ଗ ଫିଜ୍ ଏକ ବର୍ଷରୁ ଉର୍ଦ୍ଧ ହେବ ଦିଆଯାଇ ନାହିଁ । କିଭଳି ଶୀଘ୍ର ସେମାନଙ୍କ ମାସିକ ଭତ୍ତା ମିଳିପାରିବ ସେ ବିଷୟରେ ପ୍ରଶାସନକୁ ଦାବି ଜଣାଇବା ପାଇଁ ଆଲୋଚନା କରାଯାଇ ଥିଲା । ବାଲିଗୁଡା ଅଞ୍ଚଳର ଯୁବ ସମାଜସେଵୀ ଅରୁଣ କୁମାର ନାୟକଙ୍କୁ ତାଙ୍କ ବୃହତ ମାନବୀୟ ସେବାକାର୍ଯ୍ୟ ପାଇଁ ବାଲିଗୁଡା ବ୍ଲକ ସ୍ତରୀୟ ପଞ୍ଚାୟତ ଜନ ପ୍ରତିନିଧି ପରିବାର ପକ୍ଷରୁ ଶ୍ରେଷ୍ଠ ସେବା ସମ୍ମାନର ମାନପତ୍ର ପ୍ରଦାନ କରାଯାଇଥିଲା । କିଛି ପଞ୍ଚାୟତ ଜନପ୍ରତିନିଧି ମାନଙ୍କୁ ମଧ୍ୟ ତାଙ୍କ ବୃହତ କାର୍ଯ୍ୟ ନିମନ୍ତେ ଉତ୍ସାହିତ ପୂର୍ବକ ମାନପତ୍ର ପ୍ରଦାନ କରାଯାଇଥିଲା ।
