ରେବଣାନୂଆଗାଁ ବିଦ୍ୟାଳୟରେ ପାଳିତ ହେଲା ସୁବର୍ଣ୍ଣ ଜୟନ୍ତୀ ସମାରୋହ

୧୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବ୍ରହ୍ମଗିରି :-> ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଳକର ରେବଣାନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ମହା ସମାରୋହ ପାଳିତ ହୋଇଯାଇଛି । ଶନିବାର ଦିନ ଏହି ଉତ୍ସବ ବିଧିବଦ୍ଧ ଭାବେ ଉଦଘାଟନ କରିଛନ୍ତି ମୁଖ୍ୟ ଅତିଥି ଜଗନ୍ନାଥ ସଂସ୍କୃତି ବିଶେଷଞ ଓ ପ୍ରକନ ନିବ୍ଦଶକ , ଓଡ଼ିଆ ଭାଷା ପ୍ରତିଷ୍ଠାନ କୁଳପତି ଡ଼,ହରିହର କାନୁନଗୋ । ଏହି ବିଦ୍ୟାଳୟଟି ୧୯୭୪ ମସିହା ରେ ସ୍ଥାପିତ ହୋଇଥିଲା ।

ଏହି ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ବିଦ୍ୟାଳୟ ଆରମ୍ଭ ରୁ ପାଠ ପଢିଥିବା ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲିବ ସେଥିପାଇଁ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟଜନ କରାଯାଇଛି । ଉଦଘାଟନ ଉତ୍ସଵ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ମୂରଲୀଧରସାହୁ ସଭାପତି ପୂରାତନ ଛାତ୍ର ସଙ୍ଗଠନ, ରାମଚନ୍ଦ୍ର ମିଶ୍ର ପ୍ରଧାନ ଶିକ୍ଷକ ସରକାରୀ ଉଚ୍ଚ ବିଦ୍ୟାଳୟ ରେବଣା ନୂଆଗାଁ ଉପସ୍ଥିତ ଥିଲେ।

Exit mobile version