୧୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦର ଥାନା ଅନ୍ତର୍ଗତ କାଜିପାଟଣା ଗ୍ରାମର ଇଞ୍ଜିନିୟର ଅଭିଷେକ ମେମରିଆଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅସହାୟ ଗରିବ ଲୋକଙ୍କୁ ଶୀତରୁ ରକ୍ଷା ପାଇଁ କମଳ ବଣ୍ଟନ କରାଯାଇଥିଲା ବେଳେ , ଭିନ୍ନକ୍ଷମ ଲୋକଙ୍କୁ ଟ୍ରାଇ ସାଇକେଲ ବଣ୍ଟନ କରାଯାଇଛି । ଉକ୍ତ ଅନୁଷ୍ଠାନ ନିଜସ୍ୱ ଅର୍ଥରେ ପ୍ରତିବର୍ଷ ଗରିବ ଅସହାୟ ଲୋକଙ୍କୁ ସାହାଯ୍ୟ ସହଯୋଗ କରିଆସୁଥିଲା ବେଳେ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଅଧ୍ୟୟନ ପାଇଁ ଆର୍ଥିକ ସାହାଯ୍ୟ ଯୋଗାଇ ଦେଇ ଆସୁଛି ।

