୧୦ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଓଡ଼ିଶାରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଉପରେ କ୍ରମବର୍ଦ୍ଧିଷ୍ଣୁ ଅତ୍ୟାଚାର ପ୍ରତିବାଦରେ ‘ଭଏସ୍ ଏଗେନଷ୍ଟ ହେଟ୍’ ପକ୍ଷରୁ ଆବାହକ ଶ୍ରୀ ମାନସ ଚୌଧୁରୀଙ୍କ ନେତୃତ୍ୱରେ ଶୁକ୍ରବାର ମାଷ୍ଟର କ୍ୟାଣ୍ଟିନ ଛକଠାରେ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି । ବିକ୍ଷୋଭକାରୀମାନେ ମୁହଁରେ କଳାପଟି ବାନ୍ଧି, ହାତରେ ‘ଭଏସ୍ ଏଗେନଷ୍ଟ ହେଟ୍’ର ପତାକା ଧରିବା ସହ ‘ଆମେ ସମସ୍ତେ ଭାଇ ଭାଇ, ହିଂସା ଘୃଣାର ସ୍ଥାନ ନାହିଁ’, ‘ଘୃଣା ନୁହେଁ, ଭାଇଚାରା ରଖ’, ‘ଆସ ଗଢିବା ଘୃଣାମୁକ୍ତ ସମାଜ’, ‘ଆମକୁ ଭାଗ ଭାଗ କରନାହିଁ’, ‘ଆମେ ଏକ, ଆମେ ଭାରତୀୟ’, ‘ଘୃଣା ଛାଡ଼, ଦେଶ ଯୋଡ଼’ ଆଦି ପ୍ଲାକାର୍ଡ଼ମାନ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
