୧୦ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :-> କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ପ୍ରବାସୀ ଭାରତୀୟମାନଙ୍କ ସମ୍ମାନlର୍ଥେ ବାଲୁଗାଁ ମହାବିଦ୍ୟାଳୟର ପ୍ରଜ୍ଞା ଭବନ ସଭାଗୃହରେ ଆଜି ପ୍ରବାସୀ ଭାରତୀୟ ଦିବସ ସମ୍ମେଳନର ଉଦଯାପନ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି l ଭୁବନେଶ୍ୱରରେ ଅନୁଷ୍ଠିତ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ଅବସରରେ ବାଲୁଗାଁ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ, ବକ୍ତୃତା, ପୋଷ୍ଟର, ପ୍ରାଚୀର ପତ୍ର ପ୍ରତିଯୋଗିତା କରାଯିବା ସହ ଜନସାଧାରଣଙ୍କ ସଚେତନତା ପାଇଁ ଏକ ସାଇକେଲ ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା l

