ବଲାଙ୍ଗୀର ଠାରେ ସର୍ବଭାରତୀୟ ନାଟକ ମହୋତ୍ସବରେ ଅତିଥି ଭାବେ ଯୋଗଦେଲେ କନ୍ଧମାଳର ନାଟ୍ୟକାର ଡ଼ଃ ଅରୂପ ଜେନା

୧୦ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ବଲାଙ୍ଗୀର କୋଶଳ କଳା ମଣ୍ଡଳ ପଡିଆରେ ରାଜ୍ୟ ଭାଷା ସଂସ୍କୃତି ବିଭାଗ ଆନୂକୁଲ୍ୟରେ ପାଞ୍ଚ ଦିନ ଧରି ଅନୁଷ୍ଠିତ ହୋଇଯାଇଛି ବହୁଭାଷୀ ନାଟକ ମହୋତ୍ସବ । ବଲାଙ୍ଗୀରର ମଠଖାଇ ମହୋତ୍ସବ ଓ ସାଂସ୍କୃତିକ ଅନୁଷ୍ଠାନ ଭୂମିକା ପକ୍ଷରୁ ଜନ ସାଧାରଣଙ୍କ ମନୋରଞ୍ଜନ ପାଇଁ ଏହି ମହୋତ୍ସବ ସଭାପତି ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଞ୍ଚଦିନ ଧରି ଅନୁଷ୍ଠିତ ହୋଇଛି।ଉଦଯାପନୀ ଦିବସରେ କନ୍ଧମାଳ ଜିଲ୍ଲା ବନାନୀ କଳାସଂଙ୍ଗମର ସଭାପତି ଡ଼ଃ ଅରୁପ କୁମାର ଜେନା ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଜିଲା ଓ ରାଜ୍ୟରୁ ଆସିଥିବା କଳାକାର, କଳାପ୍ରେମୀମାନଙ୍କୁ ସ୍ୱାଗତ ଜଣାଇ ଆୟୋଜକ ଅନୁଷ୍ଠାନ ଭୂମିକାର କର୍ମକର୍ତ୍ତାଙ୍କୁ ପ୍ରଶଂସା କରିଥିଲେ ।

ସମାଜରେ ଦୈନନ୍ଦିନ ଜୀବନରେ ଆମେ ଜଣେ ଜଣେ କଳାକାର।ସଚେତନତା ଧର୍ମୀ ନାଟକରେ କଳାକାର ଟିଏ ସମାଜର ଅନ୍ୟାୟ ଅନୀତିକୁ ଜୀବନ୍ତ ଅଭିନୟ କରି ଦର୍ଶକ ମାନଙ୍କୁ ବିମୋହିତ କରିଥାନ୍ତି। ମୁକ୍ତଭାବେ ମତବ୍ୟକ୍ତ କରିବା ଓ ସ୍ୱାଧିନ ଭାବେ ଜୀବନ ଯାପନ କରିବା କିଭଳି ଆଜି ବିପନ୍ନ ହୋଇଛି ତାହା ପ୍ରଦର୍ଶିତ ହୋଇଥିବା ନାଟକ କାରାଗାରର କାହାଣୀରେ ରାଉରକେଲାର କଳାକାରମାନେ ଅଭିନୟରେ ଦେଖାଇଥିଲେ ।

ମଞ୍ଚ ନାଟକ ବହୁଘାତ ପ୍ରତିଘାତ ମଧ୍ୟରେ ଗତି କରୁଛି। ମଞ୍ଚ ନାଟକ ରହିଛି ଓ ରହିବ ବୋଲି ଡ ଜେନା ତାଙ୍କ ବକ୍ତବ୍ୟରେ ଉତ୍ସାହିତ କରି କହିଥିଲେ।।ଏହି ଅବସରରେ ବଲାଙ୍ଗୀର କଲେଜର ଅବସର ପ୍ରାପ୍ତ ଅଧ୍ୟକ୍ଷ ଶିବ ପ୍ରସାଦ ନନ୍ଦ ଅତ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ସଦସ୍ୟ ଚିତ୍ତରଞ୍ଜନ ଦାସ ଅତିଥି ସ୍ୱାଗତ କରିଥିଲେ । ଅନୁଷ୍ଠାନର ସଭାପତି ଅଶୋକ କୁମାର ଦାସ ସଭାପତିତ୍ୱ କରିଥିଲେ ।

ଭୂମିକା ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସମେତ ପୂର୍ବତନ କଂଗ୍ରେସ ବିଧାୟକ ତଥା ମହୋତ୍ସବ କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ର ଡ଼ଃ ଅରୂପ ଜେନାଙ୍କୁ ପୁଷ୍ପଗୁଚ୍ଛ ଉଡଢୌକନ ଓ ଟ୍ରଫି ଦେଇ ସ୍ୱାଗତ କରିଥିଲେ। ବହୁ କଳାକାର ଓ ବିଭିନ୍ନକ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ ନୟନ ମହାନ୍ତି ଧନ୍ୟବାଦ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ।

Exit mobile version