ବୋଲଗଡଶିକ୍ଷା ବ୍ଲକରେ ଗୁଣାତ୍ମକ ଶିକ୍ଷାଦାନ ପ୍ରଶିକ୍ଷଣ କର୍ମଶାଳା

୧୦ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼  :-> ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ବିଶ୍ଵନାଥ ତରାଇଙ୍କ ନିର୍ଦେଶ କ୍ରମେ ପ୍ରଣୀତ ସୁନିଶ୍ଚିତ ଯୋଜନାର ସଫଳତା ନିମିତ୍ତ ବୋଲଗଡ଼ ବ୍ଲକ ଗୋଷ୍ଠୀଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ 28ଟି ମାଧ୍ୟମିକ ସ୍କୁଲର ଆସନ୍ତା ମେଟ୍ରିକ ପରୀକ୍ଷାରେ ଏ ୧ ଗ୍ରେଡ ପାଇଁ ଆଶାୟୀ ଛାତ୍ରଛା ତ୍ରୀମାନଙ୍କୁ ୨ୟ ପର୍ଯ୍ୟାୟରେ ସରକାରୀ ବାମନ ଉଚ୍ଚ ବିଦ୍ୟାଳୟରେ ସମ୍ମିଳନୀ କକ୍ଷରେ ଶୁକ୍ରବାରଦିନ ସମ୍ବଳ ଶିକ୍ଷକମାନଙ୍କ ଦ୍ୱାରା ଗୁଣାତ୍ମକ ଶିକ୍ଷାଦାନ କରାଯାଇଥିଲା ।

ସମ୍ବଳ ଶିକ୍ଷକ ରୂପେ ଚତୁର୍ଭୁଜ ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ ଇଂରାଜୀ , ସରକାରୀ ବାମନ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପୀତବାସ ଲେଙ୍କା ଏବଂ ବାଂକୋଇସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶୁଭେନ୍ଦୁ କୁମାର ସ୍ବାଇଁ ଗଣିତ, ସରକାରୀ ଉଚ୍ଚ ବିଦ୍ୟାଳୟ, ବୋଲଗଡର ଶିକ୍ଷୟିତ୍ରୀ ସସ୍ମିତା ସାହୁ ଭୁଗୋଳ,ସରକାରୀ ଭକ୍ତଚରଣ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପ୍ରଦୀପ କୁମାର ବେହେରା ସାହିତ୍ୟ,

ସରକାରୀ ଶ୍ରୀ ରଘୁନାଥଦେବ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ ସଂସ୍କୁତ ଶିକ୍ଷାଦାନ କରିବା ସହିତ ଛାତ୍ରଛାତ୍ରୀମାନଙ୍କର ସନ୍ଦେହ ଦୂର କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ତରାଇଙ୍କ ଏଭଳି ଜନ କଲ୍ୟାଣ କାର୍ଯ୍ୟକ୍ରମକୁ ବିଦ୍ୟାର୍ଥୀମାନଙ୍କ ପିତାମାତା ଏବଂ ଅଭିଭାବକ ଅଭିଭାବିକାମାନେ ଉଚ୍ଚ ପ୍ରଶଂସା କରିଥିଲେ । ଗୋଷ୍ଠୀଶିକ୍ଷା ଅଧିକାରୀ ଶ୍ରୀ ବଳବନ୍ତରାୟ
ଉପସ୍ଥିତ ସମସ୍ତ ବିଦ୍ୟାର୍ଥୀମାନଙ୍କୁ ଅଧ୍ୟୟନର ପଦ୍ଧତି ସମ୍ପର୍କରେ ଉପଦେଶ ପ୍ରଦାନ କରି ସେମାନଙ୍କ ମଙ୍ଗଳ କାମନା କରିଥିଲ l ପରିଶେଷରେ ଆଞ୍ଚଳିକ କେନ୍ଦ୍ର ସାଧନ ସଂଯୋଜକ ପରିଶେଷରେ ଶିକ୍ଷକ ଅପର୍ତ୍ତି ଅଟ୍ଟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Exit mobile version