୧୦ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ସରକାର ଗୋସମ୍ପଦ ଚାଲାଣ ନିଷେଧର ସଚେତନତା ଓ ଏହାକୁ ରୋକିବାକୁ ଚରମ ଦଣ୍ଡ ବ୍ୟବସ୍ଥାର ନାରା ଦେଉଥିବା ବେଳେ ଗୋ-ସମ୍ପଦ ଚୋରା ଚାଲାଣକାରୀ ଏହାକୁ ତିଳେମାତ୍ର ଭ୍ରୁକ୍ଷେପ ନକରି ଦିନକୁ ଦିନ ଅଧିକରୁ ଅଧିକତର ପଶୁସମ୍ପଦ ଚାଲାଣ କରୁଥିବାର ଦୃଷ୍ଟିକୁ ଆସୁଛି । ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ଏକ ଗୋ-ସମ୍ପଦ ଚାଲାଣ ଗାଡିକୁ ଜବତ କରା ଯାଇଅଛି ।
