୧୦ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> କେୟାର ହସ୍ପିଟାଲ ତରଫରୁ ଆୟୋଜିତ କେୟାର କନେକ୍ଟ କାର୍ଯ୍ୟକ୍ରମ ମାଧ୍ୟମରେ ରୋଗୀଙ୍କ ଅଭିଜ୍ଞତା ଓ ନ୍ୟୁରୋସର୍ଜିକାଲ କେୟାରର ସଦ୍ୟତମ ସଫଳତା ଉପରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟସେବା ବୃତ୍ତିଧାରୀ ଓ ରୋଗୀମାନେ ନିଜ ନିଜର ଅଭିଜ୍ଞତା ବାଣ୍ଟିଥିଲେ । କେୟାର ହସ୍ପିଟାଲରେ ଚିକିତ୍ସା ପାଇଥିବା ରୋଗୀମାନେ ଡିସ୍ଚାର୍ଜ ପରେ ସେମାନଙ୍କ ସଫଳତାର ହୃଦୟସ୍ପର୍ଶୀ କାହାଣୀ କହିଥିବା ସହ ସେମାନଙ୍କ ସୁସ୍ଥତା ଉପରେ ହସ୍ପିଟାଲର ଗଭୀର ପ୍ରଭାବ ରହିଥିବା କଥା ଜଣାଇଥିଲେ ।
