୦୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> କେନ୍ଦ୍ରୀୟ କ୍ରୀଡ଼ା ଓ ଯୁବବ୍ୟାପର ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତୀ ରକ୍ଷ ନିଖିଲ ଖଡସେ ଗୁରୁବାର ଗଜପତି ଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ସମୀକ୍ଷା କରିଛନ୍ତି । ଆକାଂକ୍ଷା ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ମୁନିସିଂ ଠାରେ କାର୍ଯ୍ୟକାରୀ ହେଉଥିବା ରବର କମ୍ପାନୀ ଓ ରବର ଚାଷ କାର୍ଯ୍ୟକୁ ବୁଲି ଦେଖିବା ସହ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ପଚାରି ବୁଝିଥିଲେ ।

