Home ଓଡ଼ିଶା ଅଟୋ ସହ ମଟର ସାଇକେଲ ମୁହାଁମୁହିଁ ଧକ୍କା : ମଟର ସାଇକେଲ ଚାଳକ ଗୁରୁତର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୁମାପଦର ନିକଟରେ ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ଏକ ଅଟୋ କୁ ଧକ୍କା ଦେଲା ମୋଟର ସାଇକେଲ ଦୁର୍ଘଟଣାରେ ମୋଟରସାଇକେଲ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଗୁରୁବାର ଅପରାହ୍ନରେ ବରଗଡ଼ ଜିଲ୍ଲାର ଦେବରାଜ ସାହୁ ନାମକ ଜଣେ ଯୁବକ ଏକ ମୋଟରସାଇକେଲ ଯୋଗେ ବାଲିଗୁଡ଼ା ଦେଇ ନିଜ ଗାଁ ଅଭିମୁଖେ ଯାଉଥିବା ବେଳେ ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୁମାପଦର ନିକଟରେ ଭାରସାମ୍ୟ ହରାଇ ଏକ ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ମୋଟରସାଇକେଲ ଚାଳକ ଦେବରାଜ ଙ୍କ ଡାହାଣ ହାତ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଛି । ଘଟଣା ସମ୍ପର୍କରେ ଖବରପାଇ ବାଲିଗୁଡ଼ା ଥାନା ପୋଲିସ୍ ଘଟଣା ସ୍ଥଳରେ ପହଁଚି ଆହତ ମୋଟର ସାଇକେଲ ଚାଳକ ଦେବରାଜ ସାହୁଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି। ଦେବରାଜ ବରଗଡ଼ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ ଶାନ୍ତିନଗର ଲେବିଡିଗମର ହୋଇଥିବା ବେଳେ ସେ ଗ୍ରାମବିକାଶ ଏନଜିଓରେ କାମ କରୁଥିଲେ । ଗଜପତି ଜିଲ୍ଲାରୁ ବାଲିଗୁଡ଼ା ଦେଇ ନିଜ ଗାଁକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ବରିଷ୍ଠ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞଳି ଓ ଶୋକସଭା by Proprietor Abhimanyu Maharana September 29, 2026 ଫୁଲବାଣୀ କରୋନେସନ୍ ପଡ଼ିଆରେ ପୁରୀ ଉପକୂଳ ମାରାଥନ୍ ପ୍ରୋମୋ ରନ୍ ଅନୁଷ୍ଠିତ by Proprietor Abhimanyu Maharana September 28, 2026 କନ୍ଧମାଳରେ କଦଳୀ ଚାଷର ବିକାଶ ପାଇଁ ଟିଏସ୍ପିର ଅଭିନବ ପଦକ୍ଷେପ ଆଦିବାସୀ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ, କଦଳୀ ଚାଷ ଆଣିଲା ନୂଆ ସମ୍ଭାବନା by Proprietor Abhimanyu Maharana September 28, 2026 ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ by Proprietor Abhimanyu Maharana September 28, 2026 ଏମ୍ ଏମ୍ ଡି ଆର ସଂଶୋଧନ ବିରୋଧରେ ବିଜେଡିର ବିକ୍ଷୋଭ by Proprietor Abhimanyu Maharana September 28, 2026 କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana September 28, 2026