Home ଓଡ଼ିଶା ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :-> ରକ୍ତ ଦାନ ହେଉଛି ମହତ ଦାନ । ରକ୍ତ ଅଭାବ କାରଣରୁ ଚିକିତ୍ସାଧିନ ଅବସ୍ଥାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥାଏ । ରକ୍ତ ଦାନ କରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ବଞ୍ଚି ପାରିବ । ଏସବୁକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଛି ବୋଲି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ କହିଛନ୍ତି । ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥିତ ଏଫଏଲସି ହୋଲଠାରେ ଆୟୋଜିତ ଏହି ଶିବିରରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟର ୨୦୦ ରୁ ଅଧିକ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ । ରକ୍ତଦାନ ନିମନ୍ତେ ଆବଶ୍ୟକ ସ୍ବାସ୍ଥ୍ୟଗତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଥିବା କର୍ମଚାରୀ କେବଳ ରକ୍ତଦାନ କରିପାରିଛନ୍ତି। ଜିଲ୍ଲା ରକ୍ତ ଭଣ୍ଡାରର ଅଭିଜ୍ଞ କର୍ମଚାରୀଙ୍କ ଦ୍ବାରା ରକ୍ତ ସଂଗ୍ରହ କରାଯାଇ ସୁରକ୍ଷିତ ଭାବେ ରକ୍ତ ଭଣ୍ଡାରକୁ ସମସ୍ତ ସଂଗୃହିତ ରକ୍ତ ପଠାଯାଇଛି । ଆଜିର ଏହି ଶିବିରରେ ଜିଲ୍ଲାରେ ସର୍ବାଧିକ ଭାବେ ୧୭୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥ ଓ ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ଡେପୁଟି କଲେକ୍ଟର ତଥା ଜିଲ୍ଲା ରେଡକ୍ରସ ସୋସାଇଟି ସେକ୍ରେଟାରୀ ସଞ୍ଜୀବ କୁଲ୍ଲୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସହାୟକ ଜିଲ୍ଲାପାଳ କେ ଅଶୋକ ଚକ୍ରବର୍ତ୍ତୀ, ବରିଷ୍ଠ ରାଜସ୍ବ ସହାୟକ କୁନା ନାୟକ ଓ ଡଃ ରଞ୍ଜନ ସ୍ୱାଇଁ ଏଥିରେ ସହଯୋଗ କରିଥିଲେ । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଡିଏମଓ ଡ଼ା ନିହାର ରଞ୍ଜନ ପ୍ରହରାଜ, ରକ୍ତ ଭଣ୍ଡାର ଅଧିକାରୀ ଡ଼ା ସାଗର ବାଲା ଓ ଏମଏଲଟି ଲାବୋରୋଟରି ଇନଚାର୍ଜ ଡ଼ା ପ୍ରଣବ କିଶୋର ପାଣିଗ୍ରାହୀଙ୍କ ସମେତ ରକ୍ତ ଭଣ୍ଡାରର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ଶିବିରରେ ରକ୍ତ ସଂଗ୍ରହ କରିଥିଲେ । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ସ୍ୱଦେଶୀ ଗୁରୁତ୍ୱପୂର୍ଣ୍ଣ ଖଣିଜ ପ୍ରଯୁକ୍ତିର ବିକାଶକୁ ତ୍ୱରାନ୍ୱିତ କରିବା ଳକ୍ଷ ନେଇ ସିଏସ୍ଆଇଆର୍-ଆଇଏମ୍ଏମ୍ଟି ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ୍ ଏବଂ ଲୋହମ୍ ମଧ୍ୟରେ ଶିଳ୍ପ ସହଭାଗିତା by Proprietor Abhimanyu Maharana July 27, 2026 CSIR-IMMT strengthens industry partnerships with Engineers India Limited and LOHUM to accelerate indigenous critical minerals technologies by Proprietor Abhimanyu Maharana July 27, 2026 ଲବଣଗିରି ପାହାଡ଼ରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଯାଇଛି by Proprietor Abhimanyu Maharana July 27, 2026 ମହାପ୍ରଭୁଙ୍କ ଅଧରଚୁମ୍ବୀ ତୁମ୍ବାକୃତି ମାଟିହାଣ୍ଡିରେ ଅର୍ପଣ ହେଲା ଅଧରପଣା by Proprietor Abhimanyu Maharana July 27, 2026 ଇଣ୍ଡିଆନ ଆଇଡୋଲ ସିଜିନ ୧୬ ର ବିଜେତା - ଜ୍ୟୋତିର୍ମୟୀ ନାୟକ by Proprietor Abhimanyu Maharana July 26, 2026 ବିନା ଉଦଘାଟନରେ ୨ଟି ଓଭରବ୍ରିଜ କାର୍ଯ୍ୟକ୍ଷମ by Proprietor Abhimanyu Maharana July 26, 2026