ବାଙ୍କୀ କଲେଜ ଅଧ୍ୟକ୍ଷ ଏକାଦଶ ଓ ପ୍ରଶାସନ ଏକାଦଶ ମଧ୍ୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଅଧ୍ୟକ୍ଷ ଏକାଦଶ ବିଜୟୀ

 ୦୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ  :-> ବାଙ୍କୀ ସ୍ୱୟଂଶାସିତ ଖେଳପଡିଆ ଠାରେ ବାଙ୍କୀ କଲେଜ ଅଧ୍ୟକ୍ଷ ଏକାଦଶ ଓ ପ୍ରଶାସନ ଏକାଦଶ ମଧ୍ୟରେ କ୍ରିକେଟ ଟୁର୍ଣ୍ଣମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ୍ କୁ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ଉଦ୍‌ଘାଟନ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରଶାସନିକ ଅଧିକାରୀ ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ ଓ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଖେଳାଳୀମାନଙ୍କୁ ସ୍ୱାଗତ କରିଥିଲେ ।

ଅଧ୍ୟକ୍ଷ ଏକାଦଶ ଟୁର୍ଣ୍ଣାମେଣ୍ଟରେ ନିର୍ଦ୍ଧାରିତ ଓଭରରେ ୧୦୧ରନ୍ କରି ୬ୱିକେଟରେ ବିଜୟ ଲାଭ କରି ଆଗାମୀ ଦିନରେ କର୍ମଚାରୀ ଏକାଦଶ ସହିତ ଖେଳିବା ପାଇଁ ଯୋଗ୍ୟବିବେଚିତ ହୋଇଛନ୍ତି । ଅଧ୍ୟକ୍ଷ ଏକାଦଶର କ୍ୟାପଟେନ୍ ଅଧ୍ୟାପକ ପ୍ରଶାନ୍ତ ଭୋଇ ନେତୃତ୍ୱ ନେଉଥିବା ବେଳେ ପ୍ରଶାସନ ଏକାଦଶର କ୍ୟାପଟେନ୍ ନରେଶ କୁମାର ବେହେରା ନେତୃତ୍ୱ ନେଇଥିଲେ । ଅଧ୍ୟାପକ ପ୍ରଶାନ୍ତ ଭୋଇ ଆଜିର ଖେଳରେ ମ୍ୟାନଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ ହୋଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଅଧ୍ୟାପକ ଯୁଗଳକିଶୋର ମଣ୍ଡଳ, ଅଧ୍ୟାପକ ଯୋଗୀନାଥ ମଲ୍ଲିକ, ଡକ୍ଟର ଅଭିମନ୍ୟୁ ରଣା , ନଳନୀ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version