ତ୍ରିଦେବ ତ୍ରିନାଥ କ୍ରୀକେଟ କ୍ଲବ ଟୁର୍ଣ୍ଣାମେଣ୍ଟ୍ ଉଦ୍‌ଯାପିତ

୦୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ )  ବାଙ୍କୀ :-> ଡମପଡ଼ା ବ୍ଳକ ଅନ୍ତର୍ଗତ ନରଗାଙ୍ଗ ପଂଚାୟତରେ ଚାଲିଥିବା ତ୍ରିଦେବ ତ୍ରିନାଥ କ୍ରିକେଟକ୍ଲବ ଆନୁକୁଲ୍ୟରେ ଚାଲିଥିବା ଟୁର୍ଣ୍ଣମେଣ୍ଟ୍ ଉଦ୍‌ଯାପିତ ହୋଇଛି । ଆଖପାଖ ପଡୋଶୀ ଗ୍ରାମର ୧୪ଟି ଦଳ ଏଥିରେ ଭାଗନେଇଥିଲେ । ଆଜି ଫାଇନାଲ୍ ଖେଳ ଢ଼ଁସର କ୍ରିକେଟ ଆସୋସିଏସନ୍ ଓ ତୁଳସୀପୁର କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ତୁଳସୀପୁର କ୍ରିକେଟ କ୍ଲବ ୬ୱିକେଟ ବିନିମୟରେ ୧୫୮ରନ୍ କରିଥିବା ବେଳେ ଢ଼ଁସର କ୍ରିକେଟ ଆସୋସିଏସନ୍ ୮ୱିକେଟ ବଦଳରେ ୧୫୧ରନ୍ କରି ତୁଳସୀପୁର ଠାରୁ ୪ୱିକେଟରେ ପରାସ୍ତ ହୋଇଥିଲା । 

ଏହି ପ୍ରତିଯୋଗିତାକୁ ସଂଯୋଜକ ଅଶୋକ କୁମାର ରାଉତ ଓ ସହସଂଯୋଜକ ସୌମ୍ୟରଞ୍ଜନ ବେହେରା ପରିଚାଳନା କରିଥିବା ବେଳେ କ୍ଲବର ସଭାପତି ମୁକେଶ କୁମାର ଜେନା ଅଧ୍ୟକ୍ଷତା କରିଥିଲେ । ସଂପାଦକ ପ୍ରଶାନ୍ତ କୁମାର ଜେନା ବିବରଣୀ ପାଠ କରିଥିବା ବେଳେ ତ୍ରିଦେବ ତ୍ରିନାଥ କ୍ରୀକେଟ କ୍ଲବର ଅଧିନାୟକ ଆଲୋକବ୍ରତ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ପ୍ରତିଯୋଗିତାରେ ମୁଖ୍ୟଅତିଥି ଭାବେ ବାଙ୍କୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରି ପୁରସ୍କୃତ କରିଥିଲେ ।

ମୁଖ୍ୟବକ୍ତା ଭାବେ ପ୍ରକୃତିବନ୍ଧୁ ଆଦର୍ଶ ଶିକ୍ଷକ ବଳରାମ ପାଇକରାୟ, ସମ୍ମାନିତ ଅତିଥି ଭାବେ କଟକ ଲୋକସଭା ସଂସଦଙ୍କ ପ୍ରତିନିଧି ତଥା ଡମପଡ଼ା ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ସରୋଜ କୁୂମାର ମତଗଜସିଂହ ଓ ପୂର୍ବତନ ସରପଂଚ ଗଣେଶ୍ୱର ଜେନା ଯୋଗଦାନ କରିଥିଲେ । କଟକ ଡ୍ୟାନ୍ସ ଗ୍ରୁପର ରୀନା ଓ ଜଲି ଅକର୍ଷଣୀୟ ନୃତ୍ୟ ପରିବେଶଣ କରି ଖେଳାଳୀ ଓ ଦର୍ଶକମାନଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟଅତିଥି ଶ୍ରୀ ଚକ୍ରବର୍ତ୍ତୀ ମ୍ୟାଚ୍ ଖେଳରେ ଜିତିଥିବା ତୁଳସୀପୁର କ୍ରିକେଟ କ୍ଲବର ଅଧିନାୟକଙ୍କୁ ବିଜୟ ଟ୍ରଫି ପ୍ରଦାନ କରିଥିବା ବେଳେ ଢ଼ଁସର କ୍ରିକେଟ ଆସୋସିଏସନର ନୀଳମଣି ସ୍ୱାଇଁଙ୍କୁ ରନର୍ସ ଅଫ୍ ଟ୍ରଫି ଓ ମ୍ୟାନଅଫ୍ ଦି ମ୍ୟାଚ୍ ସିଲ୍ ପ୍ରଦାନ କରିଥିଲେ । ଶେଷର ତ୍ରିଦେବ ତ୍ରିନାଥ କ୍ଲବର ଉପଅଧିନାୟକ ଦୀପକ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version