୦୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ମା’ଚର୍ଚ୍ଚିକା ଛାତ୍ରୀନିବାସରେ ଅନ୍ତୋବସିନୀ ମାନଙ୍କ ମଧ୍ୟରେ କବିତା ଓ ଗଳ୍ପ ରଚନା ଶୈଳୀ ଉପରେ କର୍ମଶାଳା ହେବା ସହ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଛାତ୍ରୀନିବାସର ତତ୍ତ୍ୱାବଧାରିକା ଡକ୍ଟର ସଂନ୍ଧ୍ୟାରାଣୀ ମହାନ୍ତି ସଭାପତିତ୍ୱ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି କବିତା ଓ ଗଳ୍ପ ରଚନା କରିବାର ବିଭିନ୍ନ ଦିଗ ଉପରେ ବହୁ ଉଦାହରଣ ମାଧ୍ୟମରେ ଆଲୋକପାତ କରିଥିଲେ ।
