ଉତ୍କଳ ବିଶ୍ୱବିଦ୍ୟାଳୟ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ବଲ୍ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍ ଉଦ୍‌ଯାପିତ

ସ୍ୱମୀ ବିବେକାନନ୍ଦ ସ୍ମାରକୀ ମହାବିଦ୍ୟାଳୟ ପୁରୁଷ ଓ ଲକ୍ଷ୍ମୀନାରାୟଣ କଲେଜ ଜଗତପୁର ମହିଳା ଚମ୍ପିୟାନ୍  

୦୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ  :->  ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡିଆ ଠାରେ ଦୁଇଦିନ ବ୍ୟାପି ଚାଲିଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ପୁରୁଷ ଓ ମହିଳା ବଲ୍‌ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଜଗସିଂହପୁର ଏସ୍‌.ବି.ଏମ୍‌. ସ୍ୱୟଂଶାସିତ ମହାବିଦ୍ୟାଳୟ ପୁରୁଷ ବଲବ୍ୟାଡମିଣ୍ଟନ ଦଳ ଚମ୍ପିୟାନ୍ ହୋଇଥିବା ବେଳେ ବିଜୁ ପଟ୍ଟନାୟକ କଲେଜ ଆଶ୍ରମପାଟଣା ରନର୍ସ ଏବଂ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ପ୍ରସନ୍ନମଣି କ୍ରୀଡା ମହାବିଦ୍ୟାଳୟ ତିଗିରିଆ ଯୁଗ୍ମ ତୃତୀୟସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ ।

ସେହିପରି ମହିଳା ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଜଗତପୁରସ୍ଥ ଏଲ୍‌.ଏନ୍‌.ଏସ୍ ମହାବିଦ୍ୟାଳୟ ଚମ୍ପିୟାନ ହୋଇଥିବା ବେଳେ ଜିରାଳ କଲେଜ ରନର୍ସ ଏବଂ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ପ୍ରସନ୍ନମଣି କ୍ରୀଡା ମହାବିଦ୍ୟାଳୟ ତିଗିରିଆ ଯୁଗ୍ମ ତୃତୀୟସ୍ଥାନ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ପୁରୁଷ ବ୍ୟାଡମିଣ୍ଟନରେ ବିଜୁ ପଟ୍ଟନାୟକ କଲେଜ, ଖ୍ରୀଷ୍ଟ କଲେଜ, ଏନ୍‌.ଏସ୍‌.ଏମ୍‌. ସିଟି କଲେଜ, ଏଚ୍‌.ଏମ୍‌.ଡି ଛତିଆ, ଏଲ୍‌.ଏନ୍‌.ଏସ୍ ଜଗତପୁର, ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ପ୍ରସନ୍ନମଣି କ୍ରୀଡା ମହାବିଦ୍ୟାଳୟ ତିଗିରିଆ, ରଘୁନାଥ ଜୀଉ କଲେଜ କଟକ, ବି.ଏସ୍‌.କଲେଜ ଯାଜପୁର ଓ ଏସ୍‌.ବି.ଏମ୍‌. ଅଟୋକଲେଜ ଆଦି ୧୧ଟି ଦଳ ଭାଗ ନେଇଥିଲେ ।

ସେହିପରି ମହିଳା ବଲ୍ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ଏସ୍‌.ବି.ଏମ୍‌. ଅଟୋକଲେଜ, ବରୁଣେଶ୍ୱର ମହାବିଦ୍ୟାଳୟ, ଏଲ୍‌.ଏନ୍‌.ଏସ୍‌. କଲେଜ, ବାଙ୍କୀ ଅଟୋକଲେଜ, ଢ଼େଙ୍କାନାଳ ଅଟୋକଲେଜ, ଏଚ୍‌.ଏମ୍‌.ଡି କଲେଜ ଛତିଆ ଓ ଜିରାଳ କଲେଜ ଆଦି ୭ଟି ଦଳ ଭାଗନେଇଥିଲେ । ଏହି କ୍ରୀଡା ଟୁର୍ଣ୍ଣମେଣ୍ଟ୍ କୁ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦାନ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ପ୍ରଶାସନିକ ଅଧିକାରୀ ଶୈଳେନ୍ଦ୍ର ଚନ୍ଦ୍ର ଦେଓ ଯୋଗଦାନ କରି ଖେଳାଳୀମାନଙ୍କୁ ସ୍ୱାଗତ କରିବା ସହିତ ସେମାନଙ୍କର କ୍ରୀଡା ନିପୂଣକୁ ପ୍ରଶଂସା କରିଥିଲେ ।

କ୍ରୀଡା ଅଧ୍ୟାପକ ରବିନାରୟଣ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ କ୍ରୀଡାରେ ପ୍ରଫୁଲ୍ଲ କୁମାର ସାହୁ, ସର୍ବେଶ୍ୱର ନାଥ, ପ୍ରଶାନ୍ତ କୁମାର ବେହେରା, ଅଜୟ କୁମାର ସାହୁ , ଜିତେନ୍ଦ୍ର ଦେଓ, ଶୁଭେନ୍ଦୁ ପ୍ରଧାନ, ଜଗନ୍ନାଥ ଦଳେଇ ପ୍ରମୁଖ କ୍ରୀଡା ଶିକ୍ଷକ ଭାବେ କ୍ରୀଡାକୁ ପରିଚାଳନା କରିଥିଲେ । ମୁଖ୍ୟଅତିଥି ଡକ୍ଟର ମହାନ୍ତି ବିଜେତା ଦଳମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ବାଙ୍କୀ କଲେଜ କ୍ରୀଡା କ୍ଲବର ସଭାପତି ଅଧ୍ୟାପକ ଯୁଗଳକିଶୋର ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version