୦୮ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କୁମ୍ବିଂବେଳେ ମାଓ କ୍ୟାମ୍ପ ସହ ଆଇଇଡି ଠାବ କରାଯାଇଛି ବୋଲି କନ୍ଧମାଳ ଏସପି ହରିଶ ବି.ସି ସୂଚନା ଦେଇଛନ୍ତି । ବାଲିଗୁଡ଼ା ଥାନା ମାରଦୁଲି ଜଙ୍ଗଲରେ କୁମ୍ବିଂ ଅପରେସନ ଚାଲିଥିବାବେଳେ ସିଆରପିଏଫ ଏବଂ ଏସଓଜି ମାଓ କ୍ୟାମ୍ପ ସହ ଆଇଇଡି ଠାବ କରିଛନ୍ତି । ମାଓ କ୍ୟାମ୍ପରୁ ବହୁ ମାଓ ସାମଗ୍ରୀ ସହ ଦେଶୀ ବନ୍ଧୁକ ଜବତ କରାଯାଇଛି ।

