Home ଓଡ଼ିଶା ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କ ଦେହାନ୍ତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୮ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପଡ଼ିଆ :-> ମାଲକାନଗିରି ଜିଲ୍ଲା କଂଗ୍ରେସ ଦଳର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନବୀନ ଚନ୍ଦ୍ର ମାଡକାମୀଙ୍କ ମୁତ୍ୟୁ ଘଟିଛି । ମୁତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୮୫ ବର୍ଷ ବୟସ ହେଵ ବୋଲି ଜଣାପଡିଛି । ତାଙ୍କର ଏହିପରି ଅଚାନକ ମୁତ୍ୟୁରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଜାତୀୟ କଂଗ୍ରେସ ଦଳ ତାର ଏକ ବଳିଷ୍ଠ କଂଗ୍ରେସ ନେତା ତଥା ରାଜନୀତିଜ୍ଞଙ୍କୁ ହରାଇ ସମସ୍ତ ନେତା କର୍ମୀ ଶୋକାକୁଳ ହୋଇଥିବା ଦେଖିବାକୁ ମିଳିଛି । ସ୍ବର୍ଗତ ମାଡକାମୀ କୋୟା ସମାଜ ପାଇଁ ଏକ ପ୍ରତୀକ ଭାବେ ପରିଚିତ ଥିଲେ । ନିଜର ବହୁ ଅବଦାନ ସୃଷ୍ଟି କରିବା ସହ ନିଜ ଅଞ୍ଚଳର ଉନ୍ନତି ପାଇଁ ନବୀନ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଠାରୁ ଆରମ୍ଭ କରି ଅନେକ ଉନ୍ନତି ମୂଳକ କାର୍ଯ୍ୟମାନ କରିଥିବା ଜଣାପଡ଼ିଛି । ନିଜ ଗ୍ରାମ ଗଠନପାଲ୍ଲୀରେ ୱ।ଡ଼ ମେମ୍ବର ଭାବେ ନିର୍ବାଚିତ ହୋଇ ରାଜନୀତିରେ ପାଦ ଦେଇଥିଲେ । ୧୯୯୧ ରେ ପଡ଼ିଆ ବ୍ଲକ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ବ୍ଲକ୍ ଅଧ୍ୟକ୍ଷ ଭାବେ ୧୯୯୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ୧୯୯୬ ରୁ ୨୦୦୧ ପର୍ଯ୍ୟନ୍ତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ କଂଗ୍ରେସ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ବୁରୁଦା, ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି, କାଳିମେଳା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ମାଲା ମାଢି, ପଡ଼ିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ଯମୁନା ମୂଷାକୀ, ପଡ଼ିଆ ସରପଞ୍ଚ ଗଙ୍ଗା କାରାମ, ବାପାନପାଲ୍ଲୀ ସରପଞ୍ଚ ମେଡା ଵଗାମ୍, ପଡ଼ିଆ ବ୍ଲକ ବିଜେଡି ସଭାପତି ଏମ୍ ଡି ଫାରୁକ, ଏନ୍ ରାଘବ ରାଓ, ପୂର୍ବତନ ସରପଂଚ ଜଗା କାରାମି ଓ ୱ।ଗା ମାଡକାମୀ ପ୍ରମୁଖ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026