Home ଓଡ଼ିଶା ବାଲିଗୁଡା ଓ ତୁମୁଡିବନ୍ଧ ଥାନା ଅଂଚଳରେ ମାଓ କ୍ୟାମ୍ପ ଠାବ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp . ବହୁ ମାଓ ସାମଗ୍ରୀ ଜବତ .କନ୍ଧମାଳ ଏସପି ଙ୍କ ସାମ୍ବାଦିକ ସମ୍ମିଳନୀ ୦୮ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ଗୁଇନ୍ଦା ସୂତ୍ର ରୁ ଖବର ପାଇ ଗତ ୩ ତାରିଖରେ କନ୍ଧମାଳ ପୋଲିସ, ସିଆର ପି ଏଫ ଏସ ଓ ଜି ଯବାନ ମାନେ ମିଳିତ ଭାବେ ଜିଲ୍ଲାର ବାଲିଗୁଡା, ତୁମୁଡିବନ୍ଧ, ଓ ମଦନ ରାମପୁର ଥାନା ଅଞ୍ଚଳ ର ବିଭିନ୍ନ ଜଙ୍ଗଲରେ କମ୍ବିଙ୍ଗ ଅପରେସନ କରି ବହୁ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି । ସେହିପରି ଗତ ୬ ତାରିଖ ସୋମବାର ବାଲିଗୁଡା ଥାନା ଅନ୍ତର୍ଗତ ମାର୍ଦୁଲି ଜଙ୍ଗଲରେ ସି.ଆର.ପି.ଏଫ ଓ ଏସ.ଓ.ଜି ଯବାନ ମାନେ କମ୍ବିଙ୍ଗ ସମୟରେ ମାଓ କ୍ୟାମ୍ପ ଠାବ କରି ବହୁ ମାଓ ସାମଗ୍ରୀ ଜବତ କରିଥିବା କନ୍ଧମାଳ ଏସପି ହରିଶ ବିସି ଆଜିର ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି । ଜବତ ସାମଗ୍ରୀ ମଧ୍ୟରେ ଗୋଟିଏ ଦେଶୀ ବନ୍ଧୁକ ସମେତ ମାଓ ପୋଷାକ, ସୋଲାର ପ୍ଲେଟ,କମ୍ବଳ, ଛତା, ଜୋତା,ପନୀ ପରିବା,ୱାଇର, ଜର୍କିନ ଆଦି ବହୁ ସାମଗ୍ରୀ ଜବତ କରିଥିବା ସୂଚନା ଦେଇଛନ୍ତି । କନ୍ଧମାଳ ଏସପି ହରିଶ ବିସି ଙ୍କ ବଳିଷ୍ଠ ନେତୃତ୍ବ, ଉଦ୍ୟମ, ସାଙ୍ଗକୁ ନିଷ୍ଠା, ଆନ୍ତରିକତା କାର୍ଯ୍ୟ ଦକ୍ଷତା ଓ ବିଶେଷ ଜ୍ଞାନକୌଶଳ ଯୋଗୁଁ ଜିଲାରେ ମାଓ ବାଦୀ କାର୍ଯ୍ୟ କଳାପ ହ୍ରାସ ପାଇବା ସହ ଅସାମାଜିକ କାର୍ଯ୍ୟକଳାପ ମଧ୍ଯ କମିଥିବା ଜଣାପଡିଛି । ଆଗକୁ କନ୍ଧମାଳ ଜ଼ିଲ୍ଲାକୁ ମାଓ ମୁକ୍ତ ଜିଲ୍ଲା କରିବା ଲକ୍ଷ୍ୟ ରଖାଯାଇଥିବା ଏସପି ହରିଶ ବିଶି ଏହି ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ବରିଷ୍ଠ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞଳି ଓ ଶୋକସଭା by Proprietor Abhimanyu Maharana September 29, 2026 ଫୁଲବାଣୀ କରୋନେସନ୍ ପଡ଼ିଆରେ ପୁରୀ ଉପକୂଳ ମାରାଥନ୍ ପ୍ରୋମୋ ରନ୍ ଅନୁଷ୍ଠିତ by Proprietor Abhimanyu Maharana September 28, 2026 କନ୍ଧମାଳରେ କଦଳୀ ଚାଷର ବିକାଶ ପାଇଁ ଟିଏସ୍ପିର ଅଭିନବ ପଦକ୍ଷେପ ଆଦିବାସୀ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ, କଦଳୀ ଚାଷ ଆଣିଲା ନୂଆ ସମ୍ଭାବନା by Proprietor Abhimanyu Maharana September 28, 2026 ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ by Proprietor Abhimanyu Maharana September 28, 2026 ଏମ୍ ଏମ୍ ଡି ଆର ସଂଶୋଧନ ବିରୋଧରେ ବିଜେଡିର ବିକ୍ଷୋଭ by Proprietor Abhimanyu Maharana September 28, 2026 କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana September 28, 2026