୦୮ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଠାରୁ ପୁରୀ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ A1 ପାଇବାପାଇଁ ଥିବା ସମ୍ଭାବିତ ଛାତ୍ରଛାତ୍ରୀ ମାନଙ୍କର ବିଭିନ୍ନ ବିଷୟରେ ଅଭିଜ୍ଞ ଓ ଦକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ବାରା ସ୍ବତନ୍ତ୍ର କୋଚିଙ୍ଗ କାର୍ଯ୍ୟକ୍ରମ ଆରଂଭ ହୋଇଛି । ଏହି କାର୍ଯ୍ୟକ୍ରମ ପ୍ରତି ବ୍ଲକ୍ ସ୍ତରରେ ବି ଇ ଓ , ଡି ଏନ୍ ଓ ଓ ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କ ଦ୍ବାରା ନିର୍ଦ୍ଧାରିତ ଏକ ନିର୍ଦ୍ଧିଷ୍ଟ ବିଦ୍ୟାଳୟକୁ ସେହି ସେହି ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ବଛା ଯାଇଥିବା ଛାତ୍ରଛାତ୍ରୀ ମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କୁ ଦୁଇ ଦିନ ଧରି କୋଚିଙ୍ଗ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ।

