ଭଏସ ଅଫ ମିଡିଆ ଖୋର୍ଦ୍ଧା ଜିଲ୍ଲା ସାଂଗଠନିକ ବୈଠକ

୦୮ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା  :-> ଭଏସ ଅଫ ମିଡିଆ ଖୋର୍ଦ୍ଧା ଜିଲ୍ଲାର ସାଂଗଠନିକ ବୈଠକ ସ୍ଥାନୀୟ ପୂର୍ତ୍ତ ଡାକ ବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ଯ ସଭାପତି ପ୍ରଭାତ ମିଶ୍ର ସଭାପତିତ୍ବ କରିଥିଲେ । ଜାତୀୟ ସମ୍ପାଦକ ବରିଷ୍ଠ ସାମ୍ବାଦିକ ଇଫତାର ଅଲ୍ଲୀ ଉପସ୍ଥିତ ଥିଲେ । ଅନୁଷ୍ଠାନର ସାଂଗଠନିକ ଆଲୋଚନା କରାଯାଇଥିଲା ।

ଏହି ଅବସରରେ ଜିଲା ନୂତନ କାର୍ଯ୍ଯକାରିଣୀ ଘୋଷଣା କରାଯାଇଛି । ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ଧନେଶ୍ଵର ବିଧାର ଏବଂ ଯୁବ ସାମ୍ବାଦିକ ନିରଂଜନ ନାୟକ ଙ୍କୁ ସମ୍ପାଦକ ଭାବେ ମନୋନୀତ କରାଯାଇଥିବା ବେଳେ ପୂର୍ବତନ ଜିଲା ସଭାପତି ସୁକାନ୍ତ ପରିଡାଙ୍କୁ ରାଜ୍ଯ ଉପ ସଭାପତି ଭାବେ ମନୋନୀତ କରାଯାଇଛି ।

ନୂତନ ସଭାପତି, ସମ୍ପାଦକ ଓ ରାଜ୍ଯ ଉପ ସଭାପତି ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲାରେ ସଙ୍ଗଠନ କୁ ଅଧିକ ସୁଦୃଢ, ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ଯା ସମାଧାନ, ସୁରକ୍ଷା ଦିଗରେ କାର୍ଯ୍ଯ କରିବେ ବୋଲି ସଭାପତି ବିଧାର କହିଥିଲେ । ଅନ୍ଯ ମାନଙ୍କ ମଧ୍ଯରେ ସଂଘ ର ବିଭିନ୍ନ ବ୍ଲକରେ କାର୍ଯ୍ଯରତ ସାମ୍ବାଦିକ ମାନେ ଯୋଗଦେଇଥିଲେ ।
 

Exit mobile version