୦୮ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ଭାରତର ଯଶଶ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟ ଶଙ୍କରଙ୍କ ବଳିଷ୍ଠ ନେତୃତ୍ୱ ସହ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବୁଧବାର ଠାରୁ ଶୁକ୍ରବାର ତିନି ଦିନ ଧରି ରାଜ୍ୟରେ ମହା ସମାରୋହରେ ପାଳିତ ହେଉଛି ପ୍ରବାସୀ ଭାରତୀୟ ଦିବସ। ଦେଶ ବିଦେଶରେ ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ, କଳା, ସ୍ଥାପତ୍ୟ ଓ ଐତିହ୍ୟକୁ ବିଶ୍ଵ ଦରବାରରେ ପ୍ରଚାର ଓ ପ୍ରସାର କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଏହି ବର୍ଣ୍ଣାଢ଼୍ୟ ସମାରୋହରେ ଦେଶ ବିଦେଶର ବିଶିଷ୍ଟ ବ୍ୟକ୍ତିଙ୍କୁ ଆମନ୍ତ୍ରଣ କରଯାଇଛି ।
ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ବିଜେପି ପକ୍ଷରୁ ବୁଧବାର ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଘୁମୁସର ସାଙ୍ଗଠନିକ ଜିଲ୍ଲା ଗଞ୍ଜାମର କାର୍ଯ୍ୟକାରୀ ସଭାପତି ବିଜୟ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ କୁମାର ନାୟକ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶିଶିର କୁମାର ମିଶ୍ର, ଘୁମୁସର ସାଙ୍ଗଠନିକ ଜିଲ୍ଲା, ଗଞ୍ଜାମର ଉପ ସଭାପତି ମାଧବ ଗୌଡ଼, ବିଜେପି ନଗର ମଣ୍ଡଳ ପୂର୍ବତନ ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ ଓ ବିଜେପି ନଗର ମଣ୍ଡକର ନବ ନିର୍ବାଚିତ ସଭାପତି ହିମାଂଶୁ ଶେଖର ସାବତ ପ୍ରମୁଖ ମଞ୍ଚସୀନ ଥିଲେ ।
