୦୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ହିନ୍ଦୁ ଧର୍ମରେ ଗାଈକୁ ଗୋମାତା ଭାବେ ପୂଜା କରାଯାଇଥାଏ । ଘରେ ଘରେ ଗାଈ ବଳଦକୁ ଗୋ ସମ୍ପଦ ଭାବେ ରଖାଯାଇ ବିଭିନ୍ନ ପର୍ବପର୍ବାଣୀରେ ପୂଜା କରାଯାଇଥାଏ । ବିଶେଷ କରି କୃଷକମାନଙ୍କର ଗୋମାତାର ଭୂମିକା ଗୁରୁତ୍ୱପୂର୍ଣ୍ଣ କାରଣ ଚାଷବାସ, ଗୋବରଖତ ମିଳିବା ଓ ଗାଈଙ୍କ ଠାରୁ ପୃଷ୍ଟିକରଦୁଗ୍ଧ ମିଳିଥାଏ । ବିଡମ୍ବନାର ବିଷୟ ଏହିକି ଯେ ଗୋସମ୍ପଦ ମାନଙ୍କର ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଥିବାରୁ ଗୋବରଖତ ଓ ପୃଷ୍ଟିକର ଦୁଗ୍ଧ ଅଭାବ ଦେଖାଯାଇଛି ।
