୦୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ଆନ୍ତର୍ଜାତୀୟ ନୋଟାରୀ କ୍ଲବ ଏବଂ ଜିଲ୍ଲା ମିଡ୍ଟାଉନ୍ ରୋଟାରୀ ଆନୁକୁଲ୍ୟରେ ମଶାରୀ ଏବଂ କମ୍ବଳ ଗୟଳବାଙ୍କ ଆଦିବାସୀ ସାହିରେ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବାଙ୍କୀର ଅଗ୍ରଣୀ ଅନୁଷ୍ଠାନ ଆଦାବାସୀ ହରିଜନକଲ୍ୟାଣ ପରିଷଦର ସଂପାଦକ କେଶବ ଚନ୍ଦ୍ର ବେହେରା ଓ ସଭ୍ୟମାନେ ସହଯୋଗ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ଏକ ସଚେତନ ସଭା ଅନୁଷ୍ଠିତ ହୋଇଥିଲା ।
