୦୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବବାଙ୍କୀ :-> ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ଶିମିଳିପୁର ହରିରାଜପୁର ଅଞ୍ଚଳିକ ବିଦ୍ୟାପୀଠର ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଘାଟିତ ହୋଇଯାଇଛି । ହାଇସ୍କୁଲ ପଡିଆ ଠାରେ ବାର୍ଷିକ କ୍ରୀଡାର କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଳଭଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ସର୍ବପ୍ରଥମେ ଶିମିଳିପୁରସ୍ଥିତ ସିଦ୍ଧେଶ୍ୱରଙ୍କ ପୀଠରୁ ଛାତ୍ରମାନଙ୍କ ଦ୍ୱାରା ମଶାଲ୍ ଅଣାଯାଇ ପଡିଆରେ ସ୍ଥାପିତ କରାଯାଇଥିଲା । ପରେ ଛାତ୍ରଛାତ୍ରୀମାନେ ମାର୍ଚ୍ଚା ଫାଷ୍ଟ୍ କରିବା ସହ ଅତିଥିଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ କ୍ରୀଡା ପତାକା ଉତ୍ତୋଳନ କରାଯାଇଥିଲା । ଉକ୍ତ କ୍ରିଡା ସଭାରେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ପଦ୍ମନାଭ ନନ୍ଦ ସମ୍ମାନିତ ଅତିଥି ଭାବେ ହରିରାଜପୁର ସରପଂଚ ଅଦୈତ୍ୟ ବେଉରା, ବିଦ୍ୟାଳୟର ଆଲ୍ମୁନି ସଭାପତି ତଥା ସାମ୍ବାଦିକ ବିଭୂପ୍ରସାଦ ସାମଲ, ସାମ୍ବାଦିକ ଗୌରାଙ୍ଗ ବେହେରା ପ୍ରମୁଖ ଯୋଗଦେଇ କ୍ରୀଡା ଦ୍ୱାରା ପିଲାମାନଙ୍କର ଅନ୍ତର୍ନିହୀତ ଗୁଣର ବିକାଶ ହୋଇପାରିବ ବୋଲି କହିଥିଲେ ।
