ସିଜିମାଳି ଆଂଦୋଳନ କର୍ମୀଂକ ନିଃସର୍ତ୍ତ ଖଲାସ ପାଇଁ ବିସ୍ଥାପନ ବିରୋଧୀ ଜନଆନ୍ଦୋଳନ ସମନ୍ୱୟ ମଂଚର ଦାବି

୦୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭବାନୀପାଟଣା  :-> ଗତ ୬ ଜାନୁୟାରୀରେ ମା ମାଟି ମାଳି ସୁରକ୍ଷା ମଂଚର ତିନି କର୍ମକର୍ତ୍ତା ହୀରାମଲ ନାଏକ, କୁମେଶ୍ୱର ନାଏକ ଓ ଅନଂତ ମାଝୀଂକୁ କାଶିପୁର ପୁଲିସ୍ ଗିରଫ କରିନେଇଛି । ରାୟଗଡାରେ ଅନୁଷ୍ଠିତ ମୁଖ୍ୟମଂତ୍ରୀଂକ ସଭାରେ ସେମାନେ ସିଜିମାଳି କୁଟ୍ରୁମାଳି ମାଂଜିମାଳିରେ ପ୍ରସ୍ତାବିତ ଖଣି ଖନନ ନେଇ ସ୍ଥାନୀୟ ଅଧିବାସୀଂକ ଜୀବନ ଜୀବିକାର ପ୍ରଶ୍ନ ସଂବଳିତ ଏକ ଦାବିପତ୍ର ମୁଖ୍ୟମଂତ୍ରୀଂକୁ ପ୍ରଦାନ କରିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ୍ ଅଗଣତାନ୍ତ୍ରିକ ଭାବରେ ଗିରଫ କରିଥିବା କୁହାଯାଉଛି। ପୁଲିସ ପରବର୍ତ୍ତୀ ସମୟରେ ଅନଂତ ମାଝୀଙ୍କୁ ଛାଡ଼ିଦେଇ ଥିବାବେଳେ ହୀରାମଲ ନାଏକ ଓ କୁମେଶ୍ୱର ନାଏକଂକୁ ଥୁଆମୂଳ ରାମପୁର କୋର୍ଟରେ ହାଜର କରି ଭବାନୀପାଟଣା କାରାଗାରକୁ ପଠାଇଛି । ଏଭଳି ଗିରଫଦାରିକୁ ବିସ୍ଥାପନ ବିରୋଧୀ ଜନ ଆନ୍ଦୋଳନ ସମନ୍ୱୟ ମଂଚ ଦୂଢ ନିନ୍ଦା କରିଛି ।

ଊଲ୍ଲେଖଥାଉ କି ବକ୍ସାଇଟ ଖଣି ଖନନ ପାଇଁ ସିଜିମାଳିକୁ ବେଦାନ୍ତ ଓ କୁଟ୍ରୁମାଳି କୁ ଆଦାନୀ କଂପାନୀକୁ ଲିଜ୍ ଦିଆ ଯିବାପରେ ନିଜ ଜୀବନ ଜୀବିକା ବିପନ୍ନ ହେବାକୁ ନେଇ ମା ମାଟି ମାଳି ମଂଚର ନେତୃତ୍ୱରେ ସ୍ଥାନୀୟ ଅଧିବାସୀ ଏହାର ତୀବ୍ର ବିରୋଧ କରି ଆଂଦୋଳନ ଚଳାଇ ଆସୁଛନ୍ତି ।ଏଠାରେ ଖଣି ଖନନର ଭିତ୍ତିଭୂମି ନିର୍ମାଣ ପାଇଁ କାର୍ଯ୍ଯରତ ବକ୍ସାଇଟ ଖଣିଖନନ ପାଇଁ ମୈତ୍ରୀ କଂପାନୀ କାର୍ଯ୍ୟରତ । କଂପାନୀ ସ୍ୱ।ର୍ଥରେ ପୁଲିସ୍ ପ୍ରଶାସନ ଜନ ଆନ୍ଦୋଳନର ସ୍ୱରକୁ ଦମନ କରିବାକୁ ଯାଇ ଅଂଧାଧୁନିଆ ଭାବରେ ଲୋକଂକୁ ଗିରଫ କରି ଆଂତକ ସୃଷ୍ଟି କରିଚାଲିଛି । ଆଦିବାସୀ ଦଳିତ ବହୁଳ ଥୁଆମୂଳ ରାମପୁର ଓ କାଶିପୁର ବ୍ଲକ୍ ଅଂତର୍ଗତ ଏହି ପଂଚମ ଅନୁସୂଚିତ ଅଂଚଳରେ ଅଂଚଳବାସୀଙ୍କ ସାଂବିଧାନିକ ଅଧିକାରର ହନନ ହୋଇ ଚାଲିଛି ।

ବିକାଶ ନାମରେ ଲୋକଙ୍କ ଜୀବନ ଜୀବିକା ତଥା ପରିବେଶର ଧ୍ୱଂସକୁ ସରକାର ଅଣଦେଖା କରିବା ସହ ପ୍ରତିବାଦୀ ଗଣତାନ୍ତ୍ରିକ ଆଂଦୋଳନର ଦମନ ପ୍ରୟାସ କରୁଛଂତି । ଆଂଦୋଳନକୁ ସଂହତି ଜଣାଇ ବିସ୍ଥାପନ ବିରୋଧୀ ଜନଆନ୍ଦୋଳନ ସମନ୍ୱୟ ମଂଚ ସଂଘଟିତ ଘଟଣାରେ ହୀରାମଲ ନାଏକ ଓ କୁମେଶ୍ୱର ନାଏକଂକ ନିଃସର୍ତ୍ତ ଖଲାସ ଦାବି କରିଛି । କଂପାନୀ ସ୍ୱ।ର୍ଥରେ ପୁଲିସ୍ ପ୍ରଶାସନ ଆଂଦୋଳନ କର୍ମୀଂକୁ ଯେପରି ସଂପୃକ୍ତ ଅଂଚଳରେ ଅନ୍ୟାୟ ଗିରଫଦାରୀ ଚଳାଇଛଂତି,

ସେଥିରେ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବ ବୋଲି ଚେତାଇଛି । ବିସ୍ଥାପନ ବିରୋଧୀ ଜନ ଆଂଦୋଳନ ମଂଚ ତରଫରୁ ଲେନିନ୍ କୁମାର , ଖଂଡୁଆଲମାଲି ସ୍ଥାୟୀ ସୁରକ୍ଷା ସମିତି ବ୍ରିଟିଶ କୁମାର , ନିୟମଗିରି ସୁରକ୍ଷା ସମିତି ସଭାପତି ଲଦ ସିକକାଂକ ସହ ଜନମମାଟି ସୁରକ୍ଷା ସଂଗ୍ରାମ ସମିତି ଆବାହକ ଗିରିଧାରୀ ପାତ୍ର, କଳାହାଣ୍ଡି ଜିଲ୍ଲା ଆଦିବାସୀ ମହାସଭା ସଂପାଦକ ସୁରେଂଦ୍ର ମାଝୀ ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ନେତା ଦାମୋଦର ବେହେରା ପ୍ରମୁଖ ଏକଥା ଜଣାଇଛଂତି ।

Exit mobile version