୦୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକ ଅନ୍ତର୍ଗତ ବିବାଦୀୟ ଛେଳିଗଡ ଜଳସେଚନ ପ୍ରକଳ୍ପ ଅଞ୍ଚଳକୁ ପରିଦର୍ଶନ କରିଥିଲେ ଗଜପତି ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ । ୨୦୦୬ ମସିହାରୁ ଆରମ୍ଭ ହୋଇଥିବା ଏହି ଜଜଳପ୍ରକଳ୍ପର ବିଭିନ୍ନ ସମସ୍ୟା ନେଇ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରିନାହିଁ ବିଭିନ୍ନ ସମୟରେ ବିଭିନ୍ନ ନେତା ଠାରୁ ଅଧିକାରୀମାନେ ଘନଘନ ଗସ୍ତ ପରେ ମଧ୍ୟ ସମସ୍ୟା ଗୁଡିକର ସମାଧାନ ହୋଇ ପାରୁନାହିଁ । ମୁଖ୍ୟତଃ ବୁଡି ଅଞ୍ଚଳର ପ୍ରଭାବିତ ଲୋକଙ୍କ ଥଇଥାନ ତଥା ଥଇଥାନ ପରବତ୍ତୀ ସହାୟତାକୁ ନେଇ ବିଭିନ୍ନ ସମୟରେ ବିବାଦ ଦେଖାଦେଇଛି ।

