Home ଅପରାଧ ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ : ବାଇକ ସହ ଟଙ୍କା ଲୁଟ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ କିରିକୁଟି ଓ ପର୍ତ୍ତମାହା ପଞ୍ଚାୟତ କୁମ୍ଭାରମୁଣ୍ଡା ନିକଟରେ ମଙ୍ଗଳବାର ଦିନ ଏକ ବଡ ଧରଣର ଲୁଟ୍ ହୋଇଛି। ଜଣେ ଫାଇନାନ୍ସ କର୍ମଚାରୀ ଋଣ ଟଙ୍କା ଆଦାୟ କରି ଫେରୁଥିବା ସମୟରେ ଏହି ଲୁଟ୍ ହୋଇଛି। ଗୋଟିଏ ବାଇକ ସମେତ ନଗଦ ପ୍ରାୟ ୪୦ ହଜାର ଟଙ୍କା ଲୁଟିନେଇଛନ୍ତି ଦୃର୍ବୁତ୍ତ। ଲୁଟ୍ର ଶିକାର କର୍ମଚାରୀ ହେଲେ ମିଥେଲ ଦିଗାଲ। ତାଙ୍କୁ ଦୃର୍ବୁତ୍ତମାନେ ବନ୍ଧୁକ ମୁନରେ ଭୟଭୀତ କରିବା ସହ ବନ୍ଧୁକରେ ମୁଣ୍ଡକୁ ବାରମ୍ବାର ପିଟି ଆଘାତ କରି ଗୁରୁତର କରିଦେଇ ଲୁଟ୍ କରିଛନ୍ତି। ଗୁରୁତର ଅବସ୍ଥାରେ ମିଥେଲଙ୍କୁ ସ୍ଥାନୀୟ ଲୋକ ସିମନବାଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକା ଚିକିତ୍ସା ପାଇଁ ଅନ୍ୟତ୍ର ଅଧିକା ଚିକିତ୍ସା ପାଇଁ ଯିବାକୁ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । ପ୍ରକାଶ ଯେ, ମିଥେଲ ଏକ ବାଇକ ବାଇକ ନଂ (ଓଡି ୧୨ ଇ-୭୪୮୫ )ରେ ସକାଳୁ ଦାରିଙ୍ଗବାଡି ଫାଇନାନ୍ସ କାର୍ଯ୍ୟାଳୟରୁ ବାହାରି କିରିକୁଟି ପଞ୍ଚାୟତର କୁମ୍ଭାରମୁଣ୍ଡା ଗ୍ରାମ ଦେଇ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ, କାଡିପାଙ୍ଗା ଅଞ୍ଚଳକୁ ଋଣ ବାବଦକୁ ଅର୍ଥ ସଂଗ୍ରହ ପାଇଁ ଯାଇଥିଲେ। କାମ ସାରି ମଧ୍ୟାହ୍ନରେ ଦାରିଙ୍ଗବାଡି ଫେରୁଥିଲେ। ଏହି ସମୟରେ ୩ଜଣ ଦୃର୍ବୁତ୍ତ ମିଥେଲଙ୍କୁ ଅଟକାଇ ବନ୍ଧୁକ ଦେଖାଇବା ସହ ମିଥଲଙ୍କୁ ଗାଡିରେ ବସାଇ କିଛିବାଟ ନେଇଥିଲେ। ତେବେ ଜଙ୍ଗଲରେ କିଛି ଲୋକ ହଳଦୀ ଖୋଲୁଥିବା ଦେଖି ମିଥେଲ ବାଇକରୁ ଡେଇଁବା ପାଇଁ ଉଦ୍ୟମ କରିଥିଲେ ଓ ଦୃର୍ବୁତ୍ତଙ୍କ ସହ ମିଥଲ ବାଇକରୁ ଖସିପଡ଼ିଥିଲେ ଓ ରାଗରେ ଦୁର୍ବୁତ୍ତ ମାନେ ମିଥେଲଙ୍କୁ ପ୍ରବଳ ପିଟିବା ସହ ବନ୍ଧୁକରେ ମୁଣ୍ଡକୁ ବାରମ୍ବାର ଆଘାତ ଦେଇଥିଲେ। ତେବେ ଘଟଣାସ୍ଥଳରୁ ସମସ୍ତ ଦୃର୍ବୁତ୍ତ ଫେରାର ହୋଇଯାଇଥିଲେ ବୋଲି ଆହତ ମିଥେଲ ପ୍ରକାଶ କରିଛନ୍ତି । ଏ ନେଇ ମିଥେଲ ଦାରିଙ୍ଗବାଡି ଥାନାରେ ଏତଲା ଦାଏର କରିଛନ୍ତି l ଏତଲା କୁ ଭିର୍ତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛି l Categories: ଅପରାଧ, ଓଡ଼ିଶା, କନ୍ଧମାଳ, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026