ମଚ୍ଛେନ୍ଦ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

୦୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ଇଗଲ କ୍ରିକେଟ କ୍ଳବ ଆନୁକୂଲ୍ୟରେ ହିଞ୍ଜିଳିକାଟୁ ପୌରାଞ୍ଚଳ ମିନି ଷ୍ଟାଡିୟମ ପରିସରରେ ମଙ୍ଗଳବାର ଜିଲ୍ଳା ସ୍ତରୀୟ ମଚ୍ଛେନ୍ଦ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ତଥା ୧୫ ତମ ଇଗଲ ଟ୍ରଫି ଉଦଘାଟିତ ହୋଇଯାଇଛି। ଇଗଲ କ୍ରିକେଟ କ୍ଳବର ସଭାପତି ସଞ୍ଜୟ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ହିଞ୍ଜିଳିକାଟୁ ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ତହସିଲଦାର ଭିକାରି ସାହୁ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ଓ ସମ୍ମାନିତ ଅତିଥି ରୂପେ ବରିଷ୍ଟ ଆଇନଜୀବୀ ଦ୍ଵିତିକୃଷ୍ଣ ସାବତ,

ସାମ୍ବାଦିକ ରାଜେଶ ସୁବୁଦ୍ଧି, ସାମ୍ୱାଦିକ ଲଳିତ ମୋହନ ପୋଲେଇ, ସାମ୍ୱାଦିକ ବିନାୟକ ପ୍ରସାଦ ପଟ୍ଟନାୟକ, ତାପସ ପଣ୍ଡା, ବିରଞ୍ଚି ପଣ୍ଡା, ହିଞ୍ଜିଳିକାଟୁ ବିକାଶ ମଞ୍ଚ ସଭାପତି ପ୍ରମୋଦ କୁମାର ପଣ୍ଡା, ଦର୍ଶନ ପାଢ଼ୀ ଓ ସୁନିଲ କୁମାର ପଣ୍ଡା ଅତିଥି ରୂପେ ଯୋଗଦେଇ ଉଦଘାଟନ କରିଥିଲେ। ପ୍ରଥମ ମ୍ୟାଚରେ ଆସିକାର ଅମରନାଥ କ୍ରିକେଟ କ୍ଳବ ପ୍ରତିପକ୍ଷ ଶେରଗଡ଼ର ରାଜବଂଶ କ୍ରିକେଟ କ୍ଳବକୁ ୧୨୮ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଆସିକା ଦଳ ନିର୍ଦ୍ଧାରିତ ୧୭ ଓଭରରେ ୨ ୱିକେଟ ହରାଇ ୨୫୭ ରନ ସଂଗ୍ରହ କରିଥିଲା ।

ଜବାବରେ ଶେରଗଡ଼ ଦଳ ୧୭ ଓଭରରେ ୮ଗୋଟି ୱିକେଟ ହରାଇ ମାତ୍ର ୧୨୯ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା। ଆସିକା ଦଳର ସୋମନାଥ ପ୍ରଧାନ ଧୂଆଁଧାର ବ୍ୟାଟିଂ କରି ୧୩୪ ରନ କରିଥିବାରୁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ରୂପେ ପୁରସ୍କୃତ କରାଯାଇଥିଲା। ଆଜିର ମ୍ୟାଚରେ ରଜତ ପ୍ରଧାନ ଓ କାହ୍ନା ସ୍ବାଇଁ ଅମ୍ପାୟରିଂ କରିଥିବା ବେଳେ ତପନ ସ୍କୋରର ଦାୟିତ୍ୱ ତୁଲାଇଥିଲେ। ପ୍ରଶାନ୍ତ ପ୍ରଧାନ ମ୍ୟାଚର ଧାରା ବିବରଣୀ ପ୍ରଦାନ କରିଥିଲେ।ଇଗଲ କ୍ରିକେଟ କ୍ଳବର ସୀମାଞ୍ଚଳ ପାଣିଗ୍ରାହୀ, ଉମା ମହାରଣା, ସୁକାନ୍ତ ପାତ୍ର, ସୁରଜ ସୁବୁଦ୍ଧି, ଶ୍ରୀତମ ପ୍ରଧାନ, ପ୍ରଶାନ୍ତ ପାଢ଼ୀ, ସୁମନ, ମଳୟ, ମୁକେଶ ଓ ଟିକୁ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Exit mobile version