ଯୁବ ସମାଜ ସେବୀ ବୁଲୁ ମଲିକ ଆଦିବାସୀ ପ୍ରତିଭା ସମ୍ମାନରେ ସମ୍ମାନୀତ

୦୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଖଜୁରୀପଡା/କନ୍ଧମାଳ :-> କନ୍ଧମାଳ ଜିଲ୍ଲାର କୋଟଗଡ଼ ବ୍ଳକ ଅନ୍ତର୍ଗତ ମାଦାଗୁଡା ଯୁବ ସମାଜ ସେବୀ ବୁଲୁ ମଲିକ ଆଦିବାସୀ ପ୍ରତିଭା ସମ୍ମାନରେ ସମ୍ମାନୀତ । ସୂଚନା ପ୍ରକାରେ ଭୂବନେଶ୍ୱର ଠାରେ ଆୟୋଜିତ ହୋଇଥିବା ଆଦିବାସୀ ମେଳାରେ କିଛି ପ୍ରତିଭା ସମ୍ପନ୍ନ ବ୍ୟକ୍ତି ମାନଙ୍କୁ ଆମ ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ ସମ୍ମାନୀତ କରିଥିବା ବେଳେ କନ୍ଧମାଳ ଜିଲ୍ଲାର ଶ୍ରୀ ବୁଲୁ ମଲିକ ଯୁବ ସମାଜ ସେବୀ ଆଦିବାସୀ ପ୍ରତିଭା ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।

ଏଥିପାଇଁ ଶ୍ରୀ ମଲିକ ବାଲିଗୁଡା ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା, କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ବାଲିଗୁଡା କୁଇକୁଳ ସଭାପତି ମନୋଜ ମଲିକ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଭୂବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ସମେତ ମଞ୍ଚର ସମସ୍ତ ଅତିଥିଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି ।

Exit mobile version