ସରସ୍ବତୀ ଶିଶୁଵିଦ୍ୟାମନ୍ଦିର ର ତ୍ରୟୋଦଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

୦୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଗୋପ ବ୍ଲକ ଅଧିନସ୍ତ ବନ୍ତୁଳିଗାଁ ପଞ୍ଚାୟତ ର ଯଉଁଲିପୋଖରୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ତ୍ରୟୋଦଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବ ରେ ମୁଖ୍ୟଅତିଥି ଭାବେ ଡେପୁଟି କଲେକ୍ଟର ସହଦେବ ସାହୁ, ମୁଖ୍ୟବକ୍ତା ଭାବେ ଶିକ୍ଷାବିକାଶ ସମିତି ର ସଦସ୍ୟ ଦୀନବନ୍ଧୁ ତ୍ରିପାଠୀ ଯୋଗଦେଇଥିବା ବେଳେ କୋଷାଧ୍ୟକ୍ଷ ବିମଳା କାନ୍ତ ସ୍ଵାଇଁ ପରିଚାଳନା କରିଥିଲାବେଳେ ମାତୃଭାରତୀର ଅଧ୍ୟକ୍ଷା ଅହଲ୍ୟା ପାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ ।

ବିଦ୍ୟାଭରତୀ ଅଖିଳ ଭାରତୀ ଶିକ୍ଷା ସଂସ୍ଥାନ ଦ୍ଵାରା ପରିଚାଳିତ ଯଉଁଲିପୋଖରୀ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦର ର ଲକ୍ଷ ଏଭଳି ରାଷ୍ଟ୍ରୀୟ ଶିକ୍ଷାପ୍ରଣାଳୀ ବିକାଶ କରିବା ହେଵ, ଯାହା ଦ୍ଵାରା ଏପରି ଯୁବସମାଜ ନିର୍ମିତ ହୋଇପାରିବ, ଯିଏ ହିନ୍ଧୁତ୍ୱନିଷ୍ଠ ଏବଂ ରାଷ୍ଟ୍ରଭକ୍ତିରେ ଓତପ୍ରୋତ ହୋଇଥିବ ଶାରୀରିକ, ପ୍ରାଣିକ, ମାନସିକ, ବୋୖଦ୍ଧିକ ଏବଂ ଆଧ୍ୟାତ୍ମିକ ଦୁଷ୍ଟିରୁ ପୂର୍ଣ୍ଣ ବିକଶିତ ହୋଇଥିବ ତଥା ଜୀବନର ବର୍ତମାନ ଆହ୍ୱାନ ଗୁଡିକୁ ସଫଳତା ପୂର୍ବକ ମୁକାବିଲା କରିପାରିବେ ବୋଲି ଅତିଥିମାନେ ଅଭିଭାଷଣରେ ମତପ୍ରକାଶ କରିଥିଲେ। ଶେଷରେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇଥିବା କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରିବା ସହିତ ମାନପତ୍ର ପ୍ରଦାନ କରାଯାଇଥିଲା l

Exit mobile version