Home ଓଡ଼ିଶା ଓଡିଶା ବିଦ୍ୟୁତ ନିୟାମକ ଆୟୋଗଙ୍କର ମାର୍ଗଦର୍ଶିକାକୁ ଅନୁପାଳନ ତଥା ନିଯୁକ୍ତି ସର୍ତ୍ତାବଳିର ସୁରକ୍ଷା : ବିଦ୍ୟୁତ୍ ବିଭାଗ ଯନ୍ତ୍ରୀମାନଙ୍କର ଶାନ୍ତିପୂର୍ଣ୍ଣ ପ୍ରତିବାଦ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଓଡିଶା ବିଦ୍ୟୁତ ନିୟାମକ ଆୟୋଗଙ୍କର ମାର୍ଗଦର୍ଶିକାକୁ ଅନୁପାଳନ ତଥା ନିଯୁକ୍ତି ସର୍ତ୍ତାବଳିର ସୁରକ୍ଷା, ଟିପି ଓଡ଼ିଶା ବିତରଣ କର୍ତ୍ତୃପକ୍ଷଙ୍କର ବୈମାତୃକ ବ୍ୟବହାର ଏବଂ ବଳପୂର୍ବକ କଣ୍ଠରୋଧରେ ଘରୋଇ ବିତରଣ ସଂସ୍ଥାରେ କାର୍ଯ୍ୟରତ ପୂର୍ବତନ ବିଦ୍ୟୁତ୍ ବିଭାଗ ଯନ୍ତ୍ରୀମାନଙ୍କର ଶାନ୍ତିପୂର୍ଣ୍ଣ ପ୍ରତିବାଦ ୦୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସମସ୍ତ ସରକାରୀ ଆଇନ, ନିୟମାବଳୀ ଓ ଓଡିଶା ବିଦ୍ୟୁତ ନିୟାମକ ଆୟୋଗଙ୍କର ମାର୍ଗଦର୍ଶିକାକୁ ଅଣଦେଖା କରି ପୂର୍ବତନ ସେସୁ ଯନ୍ତ୍ରୀମାନଙ୍କ ପ୍ରତି ଟିପିସିଓଡିଏଲ କର୍ତ୍ତୃପକ୍ଷଙ୍କର ବୈମାତୃକ ବ୍ୟବହାର, କର୍ମଚାରୀ ଭବିଷ୍ୟନିଧି ପଇସାର ହେରଫେର, ଅଭିଜ୍ଞତା ସମ୍ପର୍ଣ୍ଣ ଯନ୍ତ୍ରୀଙ୍କୁ ଅଣଦେଖା କରି ଅନଭିଜ୍ଞଙ୍କୁ ଗୁରୁଦାୟିତ୍ୱ ଅର୍ପଣ ତଥା ମୂଳ ନିଯୁକ୍ତି ସର୍ତ୍ତାବଳିରେ ଅଯଥା ହସ୍ତକ୍ଷେପ କରୁଥିବା ଟିପିସିଓଡିଏଲ କର୍ତ୍ତୃପକ୍ଷଙ୍କର ଅନୈତିକ କାର୍ଯ୍ୟକୁ ବିରୋଧକରି ନ୍ୟାର୍ଯ୍ୟଦାବି ଉପସ୍ଥାପନ କରୁଥିବା କର୍ମଚାରୀସଙ୍ଘ ପ୍ରତିନିଧିମାନଙ୍କର ବଳପୂର୍ବକ କଣ୍ଠରୋଧ ବିରୋଧରେ ପୁର୍ବ ସୂଚନା ଆଧାରରେ ଟିପିସିଓଡିଏଲର ସମସ୍ତ କ୍ଷେତ୍ରିୟ କାର୍ଯ୍ୟାଳୟମାନଙ୍କ ସମ୍ମୁଖରେ ସେସ୍କୋ ଇଂଜିନିୟରସ ସର୍ଭିସ ଆସୋସିଏସନ ଏବଂ ଓଡ଼ିଶା ଇଲେକ୍ଟ୍ରିକାଲ ଇଂଜିନିୟରସ ଆସୋସିଏସନର ସଭ୍ଯ/ସଭ୍ଯାମାନେ ମିଳିତ ଭାବରେ ବିଗତ ତା ୧୬/୧୨/୨୦୨୪ ରିଖରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରଦର୍ଶନ କରିଆସୁଛନ୍ତି । ଏଠାରେ ସୂଚନାଯୋଗ୍ୟ, ପୂର୍ବ କାର୍ଯ୍ୟସୂଚୀ ଆଧାରରେ ଉଭୟ ସଙ୍ଘର ସଭ୍ୟ/ସଭ୍ୟାମାନେ ୧୬/୧୨/୨୦୨୪ ଠାରୁ ଅଧ୍ୟବିଧି କଳାଫିତା ପିନ୍ଧିବା ସହିତ ଟିପିସିଓଡିଏଲ ଅଧିନସ୍ଥ ସମସ୍ତ ସର୍କଲ ଏବଂ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ମହମବତୀ ଜାଳି ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରଦର୍ଶନ କରିବା ସହିତ ତା ୨୧/୧୨/୨୦୨୪ ଏବଂ ୦୧/୦୧/୨୦୨୫ ରିଖରେ ଟିପିସିଓଡିଏଲ ମୂଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ କରିଥିଲେ। ପୁନଃଶ୍ଚ, ଓଡ଼ିଶା ବିଦ୍ୟୁତ୍ ବିତରଣ ଯନ୍ତ୍ରୀସଂଘ ମିଳିତମଞ୍ଚ କେନ୍ଦ୍ରିୟ କାର୍ଯ୍ୟକାରୀଣି ଆହ୍ଵାନରେ ପ୍ରତିବାଦ ଆନ୍ଦୋଳନକୁ ବ୍ୟାପକ କରାଯିବା ସହିତ ଟିପିସିଓଡିଏଲ କର୍ତ୍ତୃପକ୍ଷଙ୍କର କାଳକ୍ଷପଣ ନିତି ବିରୋଧରେ ପୂର୍ବତନ ସେସୁ ଯନ୍ତ୍ରୀମାନଙ୍କର ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ସମର୍ଥନକରି ନେସ୍କୋ ପାଓ୍ଵାର ଇଂଜିନିୟର ସଙ୍ଘ, ସାଉଥକୋ ପାଓ୍ଵାର ଇଂଜିନିୟର ସଙ୍ଘ, ଓ୍ଵେସ୍କୋ ପାଓ୍ଵାର ଇଂଜିନିୟର ସଙ୍ଘ, ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ନିଗମ ଯନ୍ତ୍ରୀସଂଘ ଏବଂ ଓଡ଼ିଶା ବିଦ୍ୟୁତ୍ ଯନ୍ତ୍ରୀସଂଘ (TPWODL)ର ସଭ୍ୟ/ସଭ୍ୟାମାନେ ତା୨୬/୧୨/୨୦୨୪ରିଖରୁ କଳାଫିତା ପିନ୍ଧି ସମସ୍ତ କ୍ଷେତ୍ରିୟ ସମ୍ମୁଖରେ ମହମବତୀ ଜଳି ପ୍ରତିବାଦ ପ୍ରଦର୍ଶନ କରିଆସୁଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana October 12, 2026 Odisha Governor Inaugurates Boeing Sukanya Program STEM Lab and Aeromodeling Training Center in Bargarh by Proprietor Abhimanyu Maharana October 11, 2026 ରଣପୁର ଜୁନିୟର କଲେଜ ନିର୍ବାଚନ : କଂଗ୍ରେସ ସାଥିରେ ଘୋଡା ବେପାର ଯିଏ କରିବ, ବିଜୟୀ ତାହର ହେବ by Proprietor Abhimanyu Maharana October 11, 2026 ଅର୍ଥନୈତିକ ବିକାଶ ପାଇଁ ଶିଳ୍ପସଂସ୍ଥାଗୁଡ଼ିକ ଦକ୍ଷତା ବିକାଶ ଏବଂ ନବସୃଜନର ନେତୃତ୍ୱ ନେବା ଜରୁରୀ : ଭୂପେନ୍ଦ୍ର ସିଂହ ପୁନିଆ by Proprietor Abhimanyu Maharana October 11, 2026 “Industry Must Lead Skill Development and Innovation to Drive Economic Growth”: Bhupendra Singh Poonia by Proprietor Abhimanyu Maharana October 11, 2026 ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ by Proprietor Abhimanyu Maharana October 11, 2026