୦୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା :-> ନିମାପଡ଼ା ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ତାପସ ଦାସ ସ୍ମାରକୀ ୨୯ତମ ନିମାପଡ଼ା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ୨ୟ କ୍ୱାଟର ଫାଇନାଲ ମ୍ୟାଚରେ ବ୍ରହ୍ମପୁର ଆଲଫା ସ୍ପୋର୍ଟିଂକୁ ୬ଉଇକେଟରେ ହରାଇ ଭୁବନେଶ୍ୱର ରାମେଶ୍ୱର ସ୍ପୋର୍ଟିଂ ୨ୟ ଟିମ୍ ଭାବେ ସେମିଫାଇନାଲକୁ ଉନ୍ନୀତ ହୋଇଛି। ଆଜିର ମ୍ୟାଚରେ ଆଲଫା ସ୍ପୋର୍ଟିଂ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୩୦ ଓଭରରେ ୧୦ଉଇକେଟ ବିନିୟମରେ ୧୯୪ ରନ୍ କରିବାକୁ ସକ୍ଷମ ହୋଇଥିଲା । ଏହାର ଜବାବରେ ରାମେଶ୍ୱର ସ୍ପୋର୍ଟିଂ ୨୩.୨ ଓଭରରେ ମାତ୍ର ୪ଟି ଉଇକେଟ ବିନିମୟରେ ୧୯୫ ରନ କରି ବିଜୟୀ ହୋଇଥିଲା ।
