Home ଓଡ଼ିଶା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଷଡତ୍ରିଂଶତ୍ ବାର୍ଷିକ ଉତ୍ସବ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରସତୀ ଶିଶୁ ବିଦ୍ୟା ମନ୍ଦିରର ଷଡତ୍ରିଂଶତ୍ ବାର୍ଷିକୋତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ସଭାପତି ସୁଧାଂଶୁ ମୋହନ ପତିଙ୍କ ସଭାପତିତ୍ଵରେ ଓଡ଼ିଶା ସରକାରଙ୍କ ପ୍ରଶାସକ ସ୍ଥାନୀୟ ତହସିଲଦାର ଦୀପ୍ତି ପ୍ରକାଶ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ମନ୍ଦିର ଏକ ଉତ୍କୃଷ୍ଠ ମଣିଷ ତିଆରି କାରଖାନା ବୋଲି କହିବା ସହ ଏଥିରେ ବହୁ ଛାତ୍ର ଛାତ୍ରୀ ପାଠ ପଢି ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଛନ୍ତି, ଯାହା ଆଜି ଅନୁଷ୍ଠାନର ପ୍ରଂଶସା କୁ ଦ୍ଵିଗୁଣିତ କରୁଛି । ଏହି ଅନୁଷ୍ଠାନ ର ଉତ୍ତୋରତ୍ତର କାମନା କରିବା ସହ କିଭଳି ଆଗକୁ ବଢିବ ସେ ଦିଗରେ ସମସ୍ତଙ୍କ ସହାୟତା ଆବଶ୍ୟକ ରହିଛି ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଦକ୍ଷିଣପୂର୍ବ ସମ୍ଭାଗ ମୁଖ୍ୟ ରୀତା ରାଣୀ ମିଶ୍ର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଭାଜପା ସଭାପତି ଜଗନ୍ନାଥ ସାହୁ, ସାଂସଦ ପ୍ରତିନିଧି ରଞ୍ଜିତ ସାହୁ ,ଆଦିକନ୍ଦ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର କଳା କୁନି କଳାକାର ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରଯାଇଥିଲା । ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ୱାଗତ କରାଯିବା ପରେ ସମିତିର ପରମ୍ପରା ଅନୁସାରେ ବନ୍ଦନା ପ୍ରାର୍ଥନା ପରେ ଅତିଥି ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ଵଳନ କରଯାଇଥିଲା ।ପ୍ରଧାନାଚାର୍ଯ୍ୟ ଅତିଥି ପରିଚୟ ଓ ବିଦ୍ୟାଳୟ ପରିଚାଳନା କମିଟି ସଂପାଦକ ତୀର୍ଥବାସୀ ଘଡ଼ାଇ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ମୁଖପତ୍ର “କାନନ କଳିକା” ଉନ୍ମୋଚିତ ହୋଇଥିଲା। ପରିଚାଳନା କମିଟି ଉପ ସଭାପତି ଅଧ୍ୟାପକ ଦଣ୍ଡପାଣି ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ ବିତରଣ କରାଯିବା ପରେ ଶିଶୁ ପ୍ରତିଭା ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ଦିବଂଗତ ଏସବିଆଇ ଗ୍ରାହକଙ୍କ ପରିବାରଂକୁ ଜମାରାଶି ପ୍ରଦାନ by Proprietor Abhimanyu Maharana August 5, 2026 ପାଚିକା ଓ ସହାୟିକାଙ୍କୁ ନେଇ ଖାଦ୍ୟ ନିରାପତ୍ତା ଓ ସ୍ୱଛତା ସମ୍ପର୍କିତ ପ୍ରଶିକ୍ଷଣ ଶିବିର by Proprietor Abhimanyu Maharana August 5, 2026 ରାଷ୍ଟ୍ରପତିଙ୍କୁ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର କଳାକୃତି ଉପହାର ପ୍ରଦାନ କଲେ ରାଜ୍ୟପାଳ by Proprietor Abhimanyu Maharana August 5, 2026 ରୋଟାରୀ କ୍ଲବ୍ ନୟାଗଡ଼ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ by Proprietor Abhimanyu Maharana August 5, 2026 ବ୍ରହ୍ମାକୁମାରୀ ଅନୁଷ୍ଠାନରେ ନିଶାମୁକ୍ତି ପ୍ରତିଜ୍ଞା ମହାଅଭିଯାନର ଶୁଭାରମ୍ଭ by Proprietor Abhimanyu Maharana August 5, 2026 ଦଲାଲ ଙ୍କ କବ୍ଜାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର by Proprietor Abhimanyu Maharana August 4, 2026