ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ,୨୦୨୫ର ଭୋଟର ତାଲିକା ଚୂଡ଼ାନ୍ତ ପ୍ରକାଶନ

୦୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି  :-> ମାଲକାନଗିରି ଜିଲ୍ଲାର ଦୁଇ ଗୋଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅର୍ଥାତ 146-ମାଲକାନଗିରି (ଆଦିବାସୀ) ନିର୍ବାଚନ ମଣ୍ଡଳୀ ଏବଂ 147- ଚିତ୍ରକୋଣ୍ଡା (ଆଦିବାସୀ) ନିର୍ବାଚନ ମଣ୍ଡଳୀର ସମସ୍ତ 549 (ପାଞ୍ଚ ଶହ ଅଣଚାଶ) ଭୋଟ କେନ୍ଦ୍ରରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ, 2025 ର ଭୋଟର ତାଲିକା ଚୂଡ଼ାନ୍ତ ପ୍ରକାଶନ ହେଲା,

ଏବଂ ଶ୍ରୀଯୁକ୍ତ ବେଦବର ପ୍ରଧାନ, ଓ.ପ୍ର.ସେ. (ଏସ୍) ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ, ମାଲକାନଗିରି, ଶ୍ରୀଯୁକ୍ତ ଦୁର୍ଯ୍ୟେଧନ ଭୋଇ, ଓ.ପ୍ର.ସେ (ଏସ୍.ବି), ଉପ-ଜିଲ୍ଲାପାଳ, ମାଲକାନଗିରି, ଶ୍ରୀ କେ.ଆଶୋକ ଚାକ୍ରାୱାର୍ତ୍ତି, ଓ.ରା.ସେ. ସହାୟକ ଜିଲ୍ଲାପାଳ,

ନିର୍ବାଚନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ମାଲକାନଗିରି ଏବଂ ଶ୍ରୀଯୁକ୍ତ ଅଜୟ କୁମାର ମାଣ୍ଡାଙ୍ଗି, ଓ.ରା.ସେ. ସହାୟକ ଜିଲ୍ଲାପାଳ, ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ମାଲକାନଗିରିଙ୍କ ଉପସ୍ଥିତିରେ ଜିଲ୍ଲାର ସମସ୍ତ ଛଅ ଗୋଟି ରାଜନୈତିକ ଦଳ ମାନଙ୍କୁ ଚୂଡ଼ାନ୍ତ ଭୋଟର ତାଲିକା ହସ୍ତାନ୍ତର କରାଗଲା I

Exit mobile version