୦୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ତଥା ବିଡିଏ ଅଧକ୍ଷ ମାନ୍ୟବର ଡ଼ା. କୃଷ୍ଣ ଚନ୍ଦ୍ର ମହାପାତ୍ର ସୋମବାର ଭୁବନେଶ୍ୱରରେ ୩ ନୂଆ ପାର୍କ ସହ ଏପିଜେ ଅବଦୁଲ କଲାମ ପାର୍କ ଠାରେ ମ୍ୟୁଜିକାଲ୍ ଫାଉଣ୍ଟେନକୁ ଲୋକାର୍ପିତ କରିଛନ୍ତି । ଉଦଘାଟନୀ ଉତ୍ସବରେ ମାନ୍ୟବର ଏକାମ୍ର ବିଧାୟକ, ବାବୁ ସିଂହ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଉପାଧ୍ୟାକ୍ଷ ଡ଼. ଏନ୍. ତିରୁମାଲା ନାଏକ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମନ୍ତ୍ରୀ ଏପିଜେ ଅବଦୁଲ କଲାମ ପାର୍କରେ ମ୍ୟୁଜିକାଲ ଫାଉଣ୍ଟେନ୍ ସୋ ଦେଖିବା ସହ ପାର୍କରେ ଦର୍ଶକଙ୍କ ସହ ଆଲୋଚନା କରିଥିଲେ।

