Home ଓଡ଼ିଶା ରାଜ୍ୟ ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ୨୦୨୪-୨୫ ସମ୍ମିଳନୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଉକୃଷ୍ଟ ଅଧିକାରୀ ପୁରସ୍କାରରେ ହିଞ୍ଜିଳି ଜଳ ସମ୍ପଦ ସହକାରୀ ନିର୍ବାହୀ ଯନ୍ତ୍ରୀ ସମ୍ମାନିତ ୦୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ରବିବାର ଭୁବନେଶ୍ବର ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡିଆରେ ରାଜ୍ୟ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୪-୨୫ ପାଳନର ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ , ଉନ୍ନୟନ କମିଶନର ଅନୁ ଗର୍ଗ , କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢୀ ଏବଂ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିଞ୍ଜିଳି ଜଳ ସମ୍ପଦ ଉପଖଣ୍ଡ କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଜଗନ୍ନାଥ ଦାଶଙ୍କୁ ପ୍ରଥମେ ନବ ବର୍ଷର ଶୁଭେଚ୍ଛା ଜଣାଇଥିଲେ। ଗଞ୍ଜାମ ଜିଲ୍ଲାରେ ମଧ୍ୟମ ଜଳସେଚନ ପ୍ରକଳ୍ପରେ ଏକମାତ୍ର ଦକ୍ଷ ଅଧିକାରୀ ଭାବେ ଇଂ ଜଗନ୍ନାଥ ଦାଶଙ୍କୁ ଉତ୍କୃଷ୍ଟ ଅଧିକାରୀ ପୁରସ୍କାରରେ ସମ୍ମାନୀତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉପଢୌକନ,ସିଲ୍ ଓ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ। ସେ ଦୀର୍ଘ ୨୨ ବର୍ଷ ଧରି ବ୍ରହ୍ମପୁର ଜଳ ସମ୍ପଦ ଡିଭିଜନ ଟାଙ୍ଗଣା ପଲ୍ଲୀ ଅନୁବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ ଅବସ୍ଥାପିତ ହୋଇଥିଲେ। ସେ ଋଷିକୂଲ୍ୟା ଜଳ ସେଚନ ପ୍ରଣାଳୀରେ ସୁବ୍ୟବସ୍ଥିତ ଜଳ ସେଚନ କରି ସେଠାକାର ଚାଷୀ ମାନଙ୍କର ପ୍ରିୟ ଭାଜନ ହେଉଥିଲେ । ଏବେ ମଧ୍ୟ ସେ ଅଞ୍ଚଳରେ କୌଣସି ଆବଶ୍ୟକତା ପାଇଁ ତାଙ୍କୁ ହିଁ ଚାଷୀ ମନେ ପକାନ୍ତି । ପରେ ସେ ୨୦୨୨ ମସିହାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇ ହିଞ୍ଜିଳି ଜଳ ସେଚନ ଉପଖଣ୍ଡରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଏଵଂ ଋଷିକୂଲ୍ୟା ଓ ଜୟ ମଙ୍ଗଳ ଜଳ ସେଚନ ପ୍ରଣାଳୀରେ ଜଳର ସୁପରିଚାଳନା ଦ୍ବାରା ଗତ ଏବଂ ଚଳିତ ବର୍ଷ ଜଳର ଘୋର ଅଭାବ ସତ୍ତ୍ୱେ ହିଞ୍ଜିଳିକାଟୁ ଅଞ୍ଚଳର ଚାଷୀ ମାନଙ୍କ ଅମଳ ବୃଦ୍ଧି ପାଇଛି । ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଜଗନ୍ନାଥ ଦାଶଙ୍କ କାର୍ଯ୍ୟ ଶୈଳୀ ଓ ଆନ୍ତରିକତାରେ ସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ତାଙ୍କୁ ସମ୍ମାନୀତ କରିଛନ୍ତି । ଏହା ହିଞ୍ଜିଳି ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଚାଷୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026