୦୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ଡମପଡ଼ା ବ୍ଲକ ଅନ୍ତର୍ଗତ ତୁଳସୀପୁର ଗ୍ରାମର ସ୍ୱପ୍ନଶ୍ୱେର ମନ୍ଦିର ପ୍ରାଙ୍ଗଣରେ ଏକ ଧର୍ମ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧର୍ମ ସଭା ପାରମ୍ପରିକ ରୀତିନୀତିରେ କରାଯାଇଥିଲା । ଆନନ୍ଦ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ସଭାଟି ଅନୁଷ୍ଠିତ ହୋଇଥିଲା । ତ୍ରିଦଣ୍ଡୀ ସ୍ୱାମୀ ଶୀଳ ମଧୁସୂଦନ ମହରାଜଙ୍କ ଦ୍ୱାରା ଦୈନନ୍ଦିନ ଜୀବନରେ ଗୀତାର ଆବଶ୍ୟକତା ଓ ମହତ୍ୱ ସଂପର୍କରେ ଆଲୋକପାତ କରାଯାଇଥିଲା ।
