୦୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ଡମପଡ଼ା ବ୍ଲକ ଅନ୍ତର୍ଗତ ନରଗାଙ୍ଗ ପଂଚାୟତସ୍ଥ ଚିରାମାରୁ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଅନୁଷ୍ଠିତ ହୋଇଯାଇଛି । ଆଜି ଦ୍ୱିତୀୟ ଦିନ ଖେଳରେ ତଳପାଥପୁର ସହିତ ବୋତଲମା କ୍ରିକେଟ ଟିମ୍ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ବୋତଲମା ଦଳ ଟସ୍ ଜିଣି ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୯୨ରନ୍ ସଂଗ୍ରହ କରିଥିବା ବେଳେ ତଳପାଥପୁର ଦଳ ୧୦ଓଭରରେ ୫୪ରନ୍ ସଂଗ୍ରହ କରି ପରାଜିତ ହୋଇଥିଲେ ।
