ନରଗାଙ୍ଗ ବିଟ୍ ହାଉସ ଠାରେ ତୁଳସୀପୁର ହାଇସ୍କୁଲ ୧୯୮୮ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ସମାବେଶ

୦୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ  :-> ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ତୁଳସୀପୁର ନିକଟସ୍ଥ ନରଗାଙ୍ଗ ବିଟ୍ ହାଉସ ଠାରେ ତୁଳସୀପୁର ହାଇସ୍କୁଲର ୧୯୮୮ବ୍ୟାଚର ଛାତ୍ରଛାତ୍ରୀମାନଙ୍କର ଏକ ସମାବେଶ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଗଣେଶ ନିଃଶଙ୍କଙ୍କ ଏକ ଶୋକ ପାଠ କରାଯିବା ସହିତ ଉପସ୍ଥିତ ସହପାଠୀମାନଙ୍କ ଉଦ୍ଦେଶ୍ୟରେ ଆଧ୍ୟାତ୍ମିକ କଥା ବାଚନ ଦ୍ୱାରା ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ମନୋଜ କୁମାର ସାହୁ ସ୍ୱାଗତ ଭାଷଣ ଦେଇ ସଭାପତିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଦିନବନ୍ଧୁ ସ୍ୱାଇଁ , ବ୍ରହ୍ମାନନ୍ଦ ସାହୁ, ପ୍ରଶାନ୍ତ ବେହେରା, ପ୍ରଶାନ୍ତ ମତଗଜ ସିଂହ, ସୁବାସ ପୃଷ୍ଟି, ପ୍ରମୋଦ ଷଡଙ୍ଗୀ, ଗଣେଶ ବାରିକ, ସତ୍ୟଭାମା ସାହୁ, ସ୍ନେହଲତା ଦାସ ପ୍ରମୁଖ ଶତାଧିକ ସହପାଠୀମାନେ ଯୋଗଦେଇ ନିଜ ନିଜର ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ । ସହପାଠୀମାନେ ସଂପର୍କର ସେତୁକୁ ସୁଦୃଢ଼ କରିବା ପାଇଁ ନିଜ ନିଜ ଭିତରେ ମତବିନିମୟ କରିଥିଲେ । ପ୍ରଶାନ୍ତ ମତଗଜ ସିଂଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ସଫଳତାର ସହିତ ସମାପ୍ତ ହୋଇଥିବାରୁ ସହପାଠୀ ବନ୍ଧୁ ମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

Exit mobile version